ବରଗଡ଼,୪ା୮(ଓଡ଼ିଶାମେଲ)- ରାଜ୍ୟ ସରକାରଙ୍କ ଗତ ୩୧ ତାରିଖର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରିବା ସହିତ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ତଥା ଅନ୍ୟାନ୍ୟ ଜନସମାଗମକୁ ବନ୍ଦ କରାଯାଇଛି । ଇତି ମଧ୍ୟରେ ବରଗଡ଼ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ପ୍ରବଳ ମାତ୍ରାରେ ବଢ଼ିଚାଲିଥିବାବେଳେ ଏହି ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଚଳିତ ମାସ ୨୨ ତାରିଖରେ ହେବାକୁ ଥିବା ଗଣେଶ ପୂଜାକୁ ଜନସାଧାରଣ ବ୍ୟକ୍ତିଗତ ସ୍ତରରେ ଘରେ ନିଜ ପରିବାର ସହିତ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ କୌଣସି ସର୍ବସାଧାରଣ ସ୍ଥାନରେ ପୂଜାକୁ ଜିଲ୍ଲା ପ୍ରଶାସନ ତରଫରୁ ବାରଣ କରାଯାଇଛି । ଅନୁରୂପଭାବେ ୨୩ ତାରିଖରେ ପାଳିତ ହେବାକୁ ଥିବା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପରେ ମଧ୍ୟ କଟକଣା ଜାରି କରିବା ସହିତ କୌଣସି ପ୍ରକାର ଭୋଟ୍‌ଘାଟ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚଗୀତ, ସାମୂହିକ ଭୋଜନ ଆଦିକୁ ଜିଲ୍ଲା ପ୍ରଶାସନ ବାରଣ କରିଛି ଏବଂ ସମସ୍ତେ ନିଜ ଘରେ ନିଜ ପରିବାର ସହିତ ନୂଆଖାଇଁ ପର୍ବ ପାଳନ କରିପାରିବେ ବୋଲି କହିଛି । ଏହାସହିତ ଜିଲ୍ଲାର ସମସ୍ତ ଜନସାଧାରଣ କରୋନ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଜିଲ୍ଲା ପ୍ରାଶସନକୁ ସହଯୋଗ କରନ୍ତୁ ବୋଲି ବରଗଡ଼ ଜିଲ୍ଲାପାଲ ଜ୍ୟେତି ରଞ୍ଜନ ପଧାନ ନିବେଦନ କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି

LEAVE A REPLY

Please enter your comment!
Please enter your name here