ନୂଆଦିଲ୍ଲୀ,୨୬ା୮(ଓଡ଼ିଶାମେଲ)- ଦୁଇଚିକଆ ଯାନ ଉପରେ ଜିଏସ୍‌ଟି କମାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବା ଜଣାପଡ଼ିଛି । ଏଥିପାଇଁ ଆଗାମୀ ଦିନରେ ଦୁଇଚକିଆ ଯାନ ଶସ୍ତା ହେବାର ସମ୍ଭାବନା ରହିଛି । କାରଣ ଦୁଇଚକିଆ ଯାନ କୌଣସି ପ୍ରକାର ବିଳାସମୟ ଗାଡ଼ି ହୋଇନଥିଲେ ସୁଦ୍ଧା ଏଥିରେ ବିଳାସମୟ ଗାଡ଼ିର ଜିଏସ୍‌ଟି ଆଦାୟ ହେଉଛି । ଯାହା ସାଧାରଣ ଜନତାଙ୍କୁ ବ୍ୟଥିତ କରୁଛି । ତେଣୁ ସରକାର ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ଦୁଇଚକିଆ ଯାନରୁ କେମିତି ଭାବେ ଜିଏସ୍‌ଟି ହ୍ରାସ କରିବେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଣ୍ଡଷ୍ଟ୍ରର ପରାମର୍ଶ ପରେ ନିଜର ବୟାନରେ ଏ ପ୍ରକାର ସଙ୍କେତ ଦେଇଛନ୍ତି । ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ଜିଏସ୍‌ଟି ପରିଷଦ ବୈଠକରେ ଏହା ଉଠାଯିବ ଏବଂ ଏନେଇ ଆଲୋଚନା ମଧ୍ୟ କରାଯିବ । ବର୍ତ୍ତମାନ ଦୁଇଚକିଆ ଯାନରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁଛି । ଆସନ୍ତା ୧୯ ତାରିଖରେ ଜିଏସ୍‌ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ତେଣୁ ଏହି ବୈଠକରେ ଅଥମନ୍ତ୍ରୀଙ୍କ କହିବା ଅନୁଯାୟୀ ଦୁଇଚକିଆ ଯାନ ଉପରେ ଲାଗୁଥିବା ଜଏସ୍‌ଟି ଉପରେ ଆଲୋଚନା ହୋଇପାରେ ।

LEAVE A REPLY

Please enter your comment!
Please enter your name here