ସାଉଥାମ୍ପଟନ,୨୫।୮(ଓଡ଼ିଶାମେଲ) – ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଚାଲିଥିବା ୩ୟ ଟେଷ୍ଟର ୫ମ ଦିବସ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଏକ ବିରଳ କୃତିତ୍ୱର ଅଧିକାରୀ ହୋଇ ପାରିଛନ୍ତି। ପାକିସ୍ତାନର ଦ୍ୱିତୀୟ ଇନିଂସରେ ଅଧିନାୟକ ଅଜହର ଅଲିଙ୍କୁ ଆଉଟ୍‌ କରି ଆଣ୍ଡରସନ୍ ଟେଷ୍ଟ କ୍ରିକେଟ୍‌ରେ ୬୦୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଏଥିସହ ଟେଷ୍ଟ୍‌ରେ ୬୦୦ ଉଇକେଟ୍‌ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୦୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ୩୮ ବର୍ଷୀୟ ଏହି ଡାହାଣହାତୀ ଦ୍ରୁତ ବୋଲର ୧୫୬ତମ ମ୍ୟାଚ୍‌ ଅବସରରେ ଏହି ମାଇଲଷ୍ଟୋନ୍‌ ହାସଲ କରିଛନ୍ତି। ଆଣ୍ଡରସନ୍ ଏହି ମ୍ୟାଚ୍‌ ପୂର୍ବରୁ ୫୯୩ ଉଇକେଟ୍‌ ନେଇଥିଲେ। ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ ଓ ୨ୟ ଇନିଂସରେ ଦୁଇ ଉଇକେଟ୍‌ ନେଇ ସେ ଏହି ସଫଳତା ପାଇଛନ୍ତି। ଆଣ୍ଡରସନ୍ ତାଙ୍କ ଟେଷ୍ଟ କ୍ୟାରିୟରରେ ୨୯ଥର ୫ ଉଇକେଟ୍‌ ଏବଂ ୩ ଥର ୧୦ ବା ଏହାଠାରୁ ଅଧିକ ଉଇକେଟ୍‌ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here