ନୂଆଦିଲ୍ଲୀ,୨୮ା୮(ଓଡ଼ିଶାମେଲ)- ଏଣିକି କେବଳ ଧନୀ ନୁହେଁ, ଅତ୍ୟନ୍ତ ଗରିବ ଲୋକଟିଏ ମଧ୍ୟ ବୀମା କରିପାରିବ । ସାଧାରଣ ଲୋକ ପାଇଁ ବୀମା ବେଶ ଗରୁତ୍ୱପୂର୍ଣ୍ଣ ଅଟେ । କାରଣ ଜୀବନରେ କେତେବେଳେ କଣ ଘଟିବ ତାହା କେହି ପାରିବେ ନାହିଁ । ସେଥିପାଇଁ ନିଜର ଓ ନିଜ ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ବୀମା ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ଦେଶରେ ସବୁ ବର୍ଗର ଲୋକଙ୍କ ପାଖରେ ବୀମା ସୁବିଧା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଅନେକ ଗୁଡ଼ିଏ ବୀମା ଯୋଜନା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମାତ୍ର ୧ଟଙ୍କା ହିସାବରେ ବର୍ଷକୁ ୧୨ଟଙ୍କା ଦେଇ ୨ଲକ୍ଷ ଟଙ୍କାର ବୀମା ରାଶିର ଲାଭ ଉଠାଇହେବ । ଏହି ଯୋଜନା ଅନୁଯାୟୀ ଦୂର୍ଘଟଣାରେ ମୃତ୍ୟୁ କିମ୍ବା ଦିବ୍ୟାଙ୍ଗ ହୋଇଗଲେ ବୀମା ରାଶି ମିଳିବ । ଯଦି ଦୂର୍ଘଟଣାରେ ବୀମା ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ନାଙ୍କ ନୋମିନିକୁ ୨ଲକ୍ଷ ଟଙ୍କା ମିଳିବ । ସମ୍ପୂର୍ଣ୍ଣ ରୂପେ ଦିବ୍ୟାଙ୍ଗ ହୋଇଗଲେ (ଦୁଇ ଗୋଡ଼, ଦୁଇ ହାତ ଓ ଦୁଇ ଆଖି ହରାଇଥିଲେ) ବୀମା ରାଶି ବାବଦକୁ ୨ଲକ୍ଷ ଟଙ୍କା ମିଳିବ । ଦୂର୍ଘଟଣାରେ ଆଂଶିକ ରୂପେ (ଦୃଷ୍ଟି ଶକ୍ତି ହରାଇବା, ଗୋଟିଏ ହାତ କିମ୍ବା ଗୋଟିଏ ଗୋଡ଼ କାମ ନ କଲେ) କ୍ଷତିଗ୍ରସ୍ତ ବା ଦିବ୍ୟାଙ୍ଗ ହୋଇଗଲେ ୧ଲକ୍ଷ ଟଙ୍କାର ବୀମା ରାଶି ଖାତାଧାରକ ପାଇପାରିବେ ।

LEAVE A REPLY

Please enter your comment!
Please enter your name here