ସାଲେପୁର,୩ ।୯(ଓଡ଼ିଶାମେଲ): କଟକ ଜିଲା ସାଲେପୁର ବ୍ଲକ ଅଞ୍ଚଳରେ ବହୁ ମିନିଟ୍ରକ୍‍ (୪୦୭)ର ଆର୍‍ସି ଏକ୍ସପାଏରି ହୋଇଯାଇଥିଲେ ମଧ୍ୟ ସେଗୁଡିକ ବେଧଡକ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଏପରିକି ଏହି ଗାଡି ସରକାରଙ୍କ ପିଡିଏସ୍‍ ସାମଗ୍ରୀକୁ ସାଲେପୁର ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିବହନ କରୁଛି । ଏଭଳି ଏକ ମିନିଟ୍ରକ୍‍ (ନଂ. ଓଆର୦୪ଏଫ୍‍/୧୯୧୯) ଏହି ବ୍ଲକ ଅଧୀନ ତେନ୍ତୋଳ ପଞ୍ଚାୟତକୁ ବୁଧବାର ପିଡିଏସ୍‍ ସାମଗ୍ରୀ ପରିବହନ କରୁଥିବା ବେଳେ ନଜରକୁ ଆସିଛି । ଉକ୍ତ ମିନିଟ୍ରକ୍‍ ପିଡିଏସ୍‍ ସାମଗ୍ରୀ ଧରି ତେନ୍ତୋଳ ପଞ୍ଚାୟତକୁ ଯାଉଥିବା ବେଳେ ନାନ୍ଦୋଳଗଡା ଛକରେ ଜଣେ ସାମ୍ବାଦିକଙ୍କ ଗାଡିକୁ ଧକ୍କା ଦେଇ ଚାଲିଯାଇଥିଲା । ଏ ନେଇ ସାମ୍ବାଦିକ ଜଣକ ସାଲେପୁର ଥାନାକୁ ଜଣାଇବା ପରେ ପିସିଆର ଭ୍ୟାନ ସେହି ସ୍ଥାନକୁ ଆସିବା ପୂର୍ବରୁ ମିନିଟ୍ରକ୍‍ଟି ସେଠାରୁ ଫେରାର ହୋଇଥିଲା । ଉକ୍ତ ଗାଡି ନମ୍ବରକୁ ଯାଞ୍ଚ କରିବାରେ ଗାଡିର ଆର୍‍ସି ଗତ ଏପ୍ରିଲ ମାସରୁ ଏକ୍ସପାଏରି ହୋଇଯାଇଥିବା ଜଣାପଡିଥିଲା । ତେବେ ୪ମାସ ହେଲା ଉକ୍ତ ଗାଡିର ଆର୍‍ସି ଏକ୍ସପାଏରି ହୋଇଯାଇଥିବା ବେଳେ ରିନ୍ୟୁଆଲ ନ କରିବା ଏବଂ ବିନା ଆର୍‍ସିରେ ସେହି ଗାଡି ପିଡିଏସ୍‍ ସାମଗ୍ରୀ ପରିବହନ କରିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ସାଲେପୁର ଅଞ୍ଚଳରେ ଏକ୍ସପାଏରି ଆର୍‍ସିରେ ଚଳାଚଳ କରୁଥିବା ଗାଡିକୁ ଆରଟିଓ କିମ୍ବା ପୋଲିସ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି । ଏକ୍ସପାଏରି ଆର୍‍ସିରେ ପିଡିଏସ୍‍ ସାମଗ୍ରୀ ପରିବହନକୁ ନେଇ ସାଲେପୁର ବିଡିଓ ଦେବରାଜ ସେଠୀଙ୍କ (ମୋବାଇଲ ନଂ. ୯୬୬୮୪୨୭୨୦୧) ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here