ବରଗଡ଼,୩ା୯(ଓଡ଼ିଶାମେଲ)- ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଲୋକଙ୍କୁ ଅକ୍ସିମିଟର ସାହାଯ୍ୟରେ ଗୁରୁବାର ଅକ୍ସିଜେନ ଯାଞ୍ଚ ପରୀକ୍ଷା କରାଯାଇଛି । ବରଗଡ଼ ଜିଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କୁ ପରୀକ୍ଷା କରାଯାଇଥିଲା । କାରଣ ଏଭଳି ମହାମାରୀ ପରିସ୍ଥିତିରେ ଯେଉଁମାନଙ୍କ ଅକ୍ସିଜେନ୍ ସ୍ତର ୯୫ ରୁ କମ୍ ସେମାନଙ୍କ ପାଇଁ କରୋନା ସଂକ୍ରମଣ ବିପଦ ରହିଛି । ତେଣୁ ଦଳର ଅକ୍ସିମିତ୍ର ଯୋଜନା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବରଗଡ଼ରୁ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ସମସ୍ତ ଅଞ୍ଚଳରେ କରାଯାଇ ଲୋକଙ୍କୁ ବିପଦ ମୁଖରୁ ରକ୍ଷା କରାଯାଇପାରିବ ବୋଲି ଏଭଳି ଉଦ୍ୟମ କରାଯାଇଥିବା ଦଳର ଆବାହକ ଭବାନୀ ପ୍ରସାଦ ସାହୁ ପ୍ରକାଶ କରିଥିଲେ । ତେବେ ଦଳର ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଅମିତାଭ ପାତ୍ର, ରମେଶ ପତି ଏବଂ ସ୍ୱରୁପ ଭୋଇ ପ୍ରମୁଖ ସାମିଲ ଥିଲେ । ଏଭଳି ସେବାକୁ ବରଗଡ଼ରେ ପଶଂସା କରାଯାଇଛି ।
ରିପୋର୍ଟ- ବିକାଶ କୁମାର ଅଗ୍ରୱାଲ

LEAVE A REPLY

Please enter your comment!
Please enter your name here