ଭୁବନେଶ୍ୱର,୩ା୯(ଓଡ଼ିଶାମେଲ)- ଯୁକ୍ତ ୨ କଳା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଗୁରୁଦିବସ ତଥା ସେପ୍ଟେମ୍ବର ୫ ତାରିଖ ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । ଏହାସହିତ ଏହିଦିନ ଧନ୍ଦାମୂଳକ ପରୀକ୍ଷା ମଧ୍ୟ ପ୍ରକାଶ ପାଇବ ବୋଲି କୁହଯାଇଛି । ପୂର୍ବରୁ କୋଭିଡ଼ କଟକଣା ଯୋଗୁ ପରୀକ୍ଷା ଫଳ ବିଳମ୍ବ ହୋଇପାରେ ଓ ତାହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ପୂର୍ବରୁ କହିଥିଲେ । ପ୍ରକାଶ ଥାଉକି ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି ।

LEAVE A REPLY

Please enter your comment!
Please enter your name here