ଖପ୍ରାଖୋଲ,୮।୯ (ଓଡ଼ିଶାମେଲ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ସୋମବାର ପାଟଣାଗଡ଼ ବିଧାୟକ ସରୋଜ ମେହେର ଗସ୍ତରେ ଆସି ଲୋକଙ୍କ ସମସ୍ୟା ଅନୁଧ୍ୟାନ କରି ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହି ଗସ୍ତ କାଳରେ ତାଙ୍କ ସହ ଦଳୀୟ କର୍ମୀ ନରେନ୍ଦ୍ର କୁମାର ଭୋଇ, ପବିତ୍ର ପୁଟେଲ, ରମେଶ ପ୍ରଧାନ, ବଂଶୀଧର ବେହେରା, ପଞ୍ଚୁଦେବ ସାହୁ, ଶୁଶୀଲ ଅଗ୍ରୱାଲ, ଶେଷଦେବ ଭଇଷାଲ, ପଦ୍ମନାଭ ନାଏକ, ସୁରଥ ମେହେର, ଗୋପାଳ ସାହୁ, ପରମାନନ୍ଦ ସୁନା ପ୍ରମୁଖ ଥିଲେ। ବିଧାୟକ ବ୍ଲକ ଅଧୀନ ରେଙ୍ଗାଲି, ତେଲେନପାଲି, ଘୁନସର, ଟଙ୍କପାଣି, ଲାଠୋର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଏହି ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁଁ ବାସଗୃହ ଭାଙ୍ଗି ଯାଇଥିବା ଲୋକଙ୍କୁ ସାକ୍ଷାତ କରି ସେମାନେ କେମିତି ସ୍ଥିତିରେ ରହିଛନ୍ତି ତାହା ଦେଖି ପ୍ରଶାସନ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଲେନପାଲ ପଞ୍ଚାୟତ ଘୁଚାପିଲି ଗ୍ରାମର ଏକ ଦାଦନ ଶ୍ରମିକ ପରିବାରର ମୁଖିଆ ବାଙ୍ଗାଲୋର ଦାଦନ ଖଟିଯାଇ ସେଠାରେ ମୃତ୍ୟୁ ମୁଖରେ ପଡ଼ିଲେ। ପରେ ତାଙ୍କ ସ୍ତ୍ରୀ ଏବେ ଏକ ମାସ ହେବ ସେ ମଧ୍ୟ ମୃତ୍ୟୁ ମୁଖରେ ପଡିବାରୁ ଛୋଟ ଦୁଇ ଝିଅ ଏବଂ ଏକ ପୁଅ ସମ୍ପୂର୍ଣ୍ଣ ରୂପେ ଅନାଥ ହୋଇଗଲେ। ଏହି ଖବର ପାଇ ବିଧାୟକ ସମ୍ପୃକ୍ତ ଦାଦନ ପରିବାର ଘରେ ପହଞ୍ଚି ପିଲାଙ୍କୁ ସମବେଦନା ଜଣାଇ କିଛି ଆର୍ଥିକ ସାହାଯ୍ୟ କରିବା ସହିତ ଆଗାମୀ ଦିନରେ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଟଙ୍କପାଣି ପଞ୍ଚାୟତ ଧରନିମାଲ ଗ୍ରାମ ଠାରୁ ନୂଆପଡ଼ା ଜିଲ୍ଲା ସିମାନ୍ତ ଗ୍ରମ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ଶୋଚନୀୟ ଥିବାରୁ ଲୋକେ ଯିବା ଆସିବା ରେ ନାନା ପ୍ରକାର ସମସ୍ୟା ର ସମ୍ମୁଖିନ‌‌‌ ହେଉଛନ୍ତି। ସେହି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଲାଠୋର ପଞ୍ଚାୟତର ମଧ୍ୟ ଲାଠୋର ଏବଂ ପିପଲବାହାଲ ଗ୍ରାମ ପରିଦର୍ଶନ କରି ଘର ଭାଙ୍ଗି ଯାଇଥିବା ଲୋକଙ୍କ ନିକଟକୁ ପହଞ୍ଚି ପରିସ୍ଥିତି ଦେଖିଥିଲେ। ବିଧାୟକ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚି ତାଙ୍କ ସମସ୍ୟା ବିଷୟରେ ଅବଗତ ହେଉଥିବାରୁ ଲୋକ ଉପକୃତ ହେବେ ବୋଲି ଆଶା ରଖିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here