ଲୋଇସିଂହା,୨୦ା୯(ଓଡ଼ିଶାମେଲ)- ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ଗୋଷ୍ଠୀ ଶୌଚାଳୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣ କରାଯାଉଛି । ଏହା ସର୍ବସାଧାରଣ ସ୍ଥଳରେ ନ ହୋଇ ପଞ୍ଚାୟତ ପରିସରରେ କରାଯାଉଥିବା ଜାଣି ଗ୍ରାମାବସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶନିବାର ନିର୍ମାଣ କାମକୁ ବିରୋଧ କରି ସର୍ବସାଧାରଣ ସ୍ଥାନରେ ନିର୍ମାଣ କରିବାକୁ ଦାବି ହୋଇଛି । ଆରଡବ୍ଲୁଏସଏସ ବିଭାଗ ପକ୍ଷରୁ ବୁର୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୩ ଲକ୍ଷ ବ୍ୟୟରେ ଗରିବ କଲ୍ୟାଣ ରୋଜଗାର ଯୋଜାନରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଚାଲିଛି । ଏଠାରେ ଶୌଚାଳୟ ନିର୍ମାଣ ହେଲେ ଜନସାଧାରଣ ଯୋଜନାର ସୁଫଳ ପାଇବାରୁ ବଞ୍ôଚତ ହେବେ ବୋଲି ଗ୍ରାମର ଯଦୁ ବାରିକ, ବିଜୁ ନାଗ, କ୍ଷୀରୋଦ୍ର ସାହୁ, ଜଗମହନ ସାହୁ, ବୃନ୍ଧା କଲେତ ସମେତ ବହୁ ମହିଳା କାର୍ଯ୍ୟକୁ ବିରୋଧ କରିବା ପାଇଁ ଯାଇଥିଲେ । ସେମାନଙ୍କ ଦାବି ଥିଲା ଯେ ବୁର୍ଡା ଗ୍ରାମଦେଇ ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ଯାଇଛି । କଂଶରୁ କଟାଁ ପଟରେ ସରକାରୀ ଜମି ରହିଛି । ସେଠାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲେ ବୁର୍ଡା ଗ୍ରାମାବସୀ ଓ ରାଜପଥ ଯାତ୍ରୀମାନେ ଏହାର ସୁଫଳ ପାଇପାରିଥାନ୍ତେ କହିବା ସହିତ କାମ ବନ୍ଦ କରିବାକୁ କହିଥିଲୋ । କାମ ଅଧା ପନ୍ତରିଆ ହୋଇଥିଲେ ସୁଦ୍ଧା କାହିଁକି ସୂଚନା ଫଳକ ଦିଆଯାଇ ନାହିଁ । ଗ୍ରାମାବସୀଙ୍କୁ ଅନ୍ଧାରରେ ରଖି କାମଚାଲିଥିବା କହି କାମକୁ ବିରୋଧ କରିଥିଲେ । ଫୋନରେ ଅଭିଯୋଗ ପାଇ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର କାମ ସ୍ଥଗିତ ରଖିବାକୁ କହିଥିଲେ । ହେଲେ ରବିବାର ମଧ୍ୟ କାମ ଚାଲୁ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଗାଇଡ ଲାଇନ ଅନୁଯାୟୀ କାମ ଚାଲିଥିବା କହିଥିଲେ ।

LEAVE A REPLY

Please enter your comment!
Please enter your name here