ଖପ୍ରାଖୋଲ,୨୪।୯(ଓଡ଼ିଶାମେଲ) ସାମାଜିକ ସଂଗଠନ ଗ୍ରାମଜୀବୀ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ, ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବିରେ ଏକ ଜିଲ୍ଲା ସ୍ତରୀୟ ଅଭିଯାନକୁ ପୋଷଣ ଯଦି କରିବା ଦୁର ଡାଲି-ତେଲ-ଲୁଣ ନିଶ୍ଚିତ କର ଆରମ୍ଭ ହୋଇଯାଇଛି । ରାଜ୍ୟସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶାର ଆହ୍ୱାନ କ୍ରମେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାଧିକାରି, ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । କୋଭିଡ ସମୟରେ ରାଜ୍ୟ ସରକାର ବିପିଏଲ ପିଡିଏସ ହିତାଧିକାରୀମାନଙ୍କୁ ଅତିରିକ୍ତ ଭାବେ ପରିବାର ପିଛା ପ୍ରତି ମାସ ୧ କିଲୋ ଡାଲି ପ୍ରଦାନ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ସରକାର ଏହାକୁ ନଭେମ୍ବର ମାସରୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ତେଣୁ ଏହାକୁ ବନ୍ଦ ନକରି ଅତି କମରେ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିବା ସହ କିଲୋ ପିଛା ୧୦ ଟଙ୍କା ରିହାତି ଦରରେ ଅତିରିକ୍ତ ୨ କିଲୋ ଡାଲି ୧ କିଲୋ ଖାଇବା ତେଲ ଏବଂ ୧ କିଲୋ ଆୟୋଡିନ ଯୁକ୍ତ ଲୁଣ ମାଗଣାରେ ପ୍ରଦାନ ବ୍ୟବସ୍ଥା କରିବା ପ୍ରମୁଖ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ ସଂଗଠନ ପକ୍ଷରୁ ନିକଟରେ କୋଭିଡ ସମୟରେ ରାଜ୍ୟ ସରକାର ଦେଉଥିବା ଡାଲିର ବ୍ୟବହାର ଏବଂ ଏହାର ପୋଷଣ ଯୁକ୍ତ ନିରାପତ୍ତା ଉପରେ ପ୍ରଭାବ ସମ୍ପର୍କରେ ନୂଆପଡ଼ା ଜିଲ୍ଲାର ୫ ଟି ବ୍ଲକର ୩୬ ଟି ଗ୍ରାମରେ ୫୮୨ ପରିବାରକୁ ନେଇ ଏକ ଅନ ଲାଇନ ସର୍ଭେ କରାଯାଇଥିଲା । ଯେଉଁଥିରେ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧିନରେ ଡାଲି, ଖାଇବା ତେଲ ଏବଂ ଲୁଣ ଦେବା ସପକ୍ଷରେ ଉତ୍ତର ଦାତା ମାନେ ମତ ରଖିଥିଲେ ଏବଂ ଏହା କୁପୋଷଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ମତ ପୋଷଣ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ଅଭିଯାନର ଉଦଘାଟନୀ କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ ଦେବକୀ ମାଝୀ ଓ ସଂଗଠକର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି ଖାଇବା ତେଲ ଏବଂ ଲୁଣ ତୁରନ୍ତ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here