ପଦ୍ମପୁର,୪।୧୦(ଓଡିଶାମେଲ): କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧୀ ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପାଇଁ ମେଳି ହେଉଛନ୍ତି । ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ବାନ କ୍ରମେ ପଦ୍ମପୁର ଉପଖଣ୍ଡ କନସିଂହା ଗ୍ରାମ ପଞ୍ଚାୟତ ସାରସମାଲ ଠାରେ ଚାଷୀ ମାନଙ୍କର ଏକ ବୈଠକ ହୋଇଥିଲା । ଏଥିରେ ଚାଷୀନେତା ଲଙ୍ଗରାଜ, ରମେଶ ମହାପାତ୍ର, ହର ବଣିଆ, ବାଂଛାନିଧି ନାୟକ, ଅଶୋକ ସାହୁ, ରୋହିତ ପ୍ରଧାନ,ବିଶ୍ବନାଥ ରଣା, କୈଳାସ ବାରିକ ଓ ଅନେକ ଚାଷୀ ପ୍ରତିନିଧି ଯୋଗଦାନ କରିଥିଲେ । ପଦ୍ମପୁର, ପାଇକମାଳ, ଝାରବନ୍ଧ, ସୋହେଲା, ଗାଇସଲେଟ ଅଂଚଳର ଚାଷୀମାନେ ସରକାରଙ୍କ ଚାଷୀ ବିରୋଧି ନୀତିର କଟୁ ସମାଲୋଚନା କରିଥିଲେ। ମଣ୍ତି ବ୍ୟବସ୍ଥା ଉଚ୍ଛେଦ, କଂପାନୀ ହାତକୁ ଚାଷୀର ଉତ୍ପାଦନକୁ ଟେକି ଦେବା ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିବେ । ଏଥିପାଇଁ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ । ସାରା ଭାରତରେ ଅଧ୍ୟାଦେଶ ବିରୁଦ୍ଧରେ ଚାଷୀ ଆନ୍ଦୋଳନ ମୁଣ୍ତ ଟେକୁଛି। ଏଥିରେ ରାଜବୋଡାସମ୍ବର କୃଷକ ସଂଗଠନ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସଂଗଠନର ସଭାପତି ବାଂଛାନିଧି ନାୟକ ଓ ଆବାହକ ଅଶୋକ ସାହୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ରିପୋର୍ଟ: ନିରୋଜ କୁମାର ପାଣି

LEAVE A REPLY

Please enter your comment!
Please enter your name here