ପଦ୍ମପୁର,୬।୧୦(ଓଡିଶାମେଲ): ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଲୋକ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ଏସଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ, ଆଜକୁ ଦୁଇ ବର୍ଷ ପୂର୍ବେ ଟେମରୀ ଗ୍ରାମ ଠାରୁ ନିକଟରେ ଥିବା ମଗରା ନାଳାକୁ ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତା ମୁରୁମ ଓ ମେଟାଲ ଦ୍ବାରା ନିର୍ମିତ ହୋଇଥିଲା । ଏବେ ବର୍ଷାରେ ସବୁ ମୁରୁମ ଧୋଇ ହୋଇ ଯାଇ ରାସ୍ତା ସାରା ମେଟାଲ ଦେଖା ଯାଉଛି । ଡ୍ୟାମ ପାଣି ରାସ୍ତା ଉପରେ ପ୍ରଖର ସ୍ରୋତରେ ଆସି ରାସ୍ତାକୁ ଧୋଇ ଦେଉଛି । ଯଦି ଏହି ରାସ୍ତା ଉପରେ ଛଅ ଇଞ୍ଚର ମୁରୁମ ବିଛାଇ ଦିଆଯିବ ତେବେ ରାସ୍ତା ଠିକ୍ ହୋଇ ଯିବ । ଏହି ରାସ୍ତା ଦେଇ ଗାଡି ମୋଟର କିଛି ଯାଇ ପାରୁନାହିଁ । ଲୋକେ ଯିବା ଆସିବା ପାଇଁ ଅସୁବିଧା ଭୋଗ କରୁଛନ୍ତି । ତେଣୁ ରାସ୍ତା ମଝିରେ ରାସ୍ତାକୁ କାଟି ପାଣି ଯାଉଥିବା ସ୍ଥାନରେ ଯଦି କଲଭର୍ଟ ନିର୍ମିତ ହୋଇଥାଏ ତେବେ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ତଦନ୍ତ କରି ପଦକ୍ଷେପ ନେଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଟେମରୀ ଗ୍ରାମର ବାଳକୃଷ୍ଣ ବନଛୋର, ଚୁଡାମଣି ପାଣିଗ୍ରାହୀ, ଅମୃତ ଲାଲ ଠାକୁର, ୠକୁଣ ବନଛୋର, ଅମୃତ ବାରିକ ପ୍ରମୁଖ ଉପସ୍ଥିତ ହୋଇ କ୍ଷୁଦ୍ର ଜଳସେଚନ ବିଭାଗ ଏସଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ରିପୋର୍ଟ: ନିରୋଜ କୁମାର ପାଣି

LEAVE A REPLY

Please enter your comment!
Please enter your name here