ଭଟଲି,୯ା୧୦(ଓଡ଼ିଶାମେଲ)- ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଚଢ଼େଇଗାଁ ଗ୍ରାମପଞ୍ଚାୟତର ଦେଉଲତୁଣ୍ଡା ଗ୍ରାମବାସୀଙ୍କ ସ୍ୱପ୍ନ ଶାକାର ହୋଇଛି । ଅଞ୍ଚଳବାସୀ ବହୁଦିନରୁ ଆଶାବାନ୍ଧି ବିସିଥିବା କୁଳିଆରି ଜୋର ଉପରେ ହଲଦୀପାଲି ସହିତ ସଂଯୋଗକାରୀ ବିଜୁ ସେତୁ ଯୋଜନା ଶୁକ୍ରବାର ଲୋକାର୍ପିତ ହୋଇଛି । ଏହି ନଦୀ ପାଇଁ ଅଞ୍ଚଳବାସୀଙ୍କ ଭଟଲି ମୁଖ୍ୟାଳୟକୁ ଆସିବା ପାଇଁ ବହୁ ବାଟ ଅତିକ୍ରମ କରିବାକୁ ପଡ଼ୁଥିଲା । ଏହାସହିତ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଅଞ୍ଚଳବାସୀ ବହୁଦିନରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅନୁରୋଧ କରି ଆସୁଥିଲେ । ଏହି ମର୍ମରେ ବିଧାୟକ ସେପ୍ଟେମ୍ବର ୨୦୧୬ ମସିହାରେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ କରକମଳରେ ସେତୁର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଇଥିଲେ । ଏହି ୧୫୩.୧୫ ମି. ଦୈର୍ଘ୍ୟ ଓ ୭.୫୦ମି. ପ୍ରସ୍ଥ ବିଶିଷ୍ଟ ସେତୁକୁ ୬୧୪.୫୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା । ତେବେ ଶୁକ୍ରବାର ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗାଦେଇ ଏହି ସେତୁକୁ ଲୋକର୍ପିତ କରିଛନ୍ତି । ଏହି ସେତୁ ଲୋକାର୍ପିତ ହେବାପରେ ଦେଉଲତୁଣ୍ଡା, ହଳଦୀପାଲି, ଡବଲଙ୍ଗ, ଜାମପାଲି, ମହଦା, ଗୌଡ଼ଗାଁ, କୁଲତାପାଲି, ଉଦେପାଲି, ହାଲୁପାଲିଳ ହଲନ୍ଦା, ନିଲଜୀ ପ୍ରମୁଖ ଗ୍ରାମବାସୀ ଉପକୃତ ହେବେବୋଳି ଜଣାପଡ଼ିଛି । ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ ଟିକେଶ୍ୱର ମହାପାତ୍ର ପୌରହିତ୍ୟ କରିଥିବାବେଳେ ଭଟଲି ବ୍ଲକ୍ ଉପାଧ୍ୟକ୍ଷ ମଦନ ସାହୁ, ବ୍ଳକ୍ ବିଜେଡ଼ି ସଭାପତି ଗୋବିନ୍ଦ ପଧାନ, ସତ୍ୟନାରାୟଣ ପଧାନ, ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ମିଶ୍ର, ଉପ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ବିଧୁଭୂଷଣ ଶତପଥି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here