ପଦ୍ମପୁର, ୧୫।୧୦ (ଓଡିଶାମେଲ): ପାଇକମାଳ ବ୍ଲକର ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବୁକୁରାମୁଣ୍ଡା ସବସେଣ୍ଟର ର ପଲସାନୀ, ପଲସଦା ସବସେଣ୍ଟର ର ଖଇରା, ଟେମରୀ ସବସେଣ୍ଟରର ଧାନ୍ଦୁପାଲି, ଚର୍ଦାପାଲି ସବସେଣ୍ଟରର ଚର୍ଦାପାଲି, ଲଖମରା ସବ ସେଣ୍ଟରର କୁଲାଣ୍ଟି ଗ୍ରାମରେ ମାଗଣାରେ ରାସାୟନିକ କୀଟନନାଶକ ପ୍ରୟୋଗ ମଶାରୀ ଲୋକଙ୍କୁ ବଣ୍ଟନ କାର୍ଯ୍ୟକ୍ରମ ପର୍ଯାୟକ୍ରମେ ଆରମ୍ଭ କରା ଯାଇଛି l ସମସ୍ତ ଜାଗାରେ ମହିଳା ସ୍ୱାସ୍ଥ୍ୟକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ସମେତ ଅଂଗନୱାଡି ଦିଦି ଏବଂ ବଣ୍ଟନ ହେଉଥିବା ଗ୍ରାମ ଗୁଡିକର ଆଶା ସହଯୋଗରେ ସୁଚାରୁରୂପେ ମଶା ବଂଶ ନାଶକ ମଶାରି ବଣ୍ଟନ ଜାରି ରହିଛି l ମଶାରୀ ବଣ୍ଟନ କାର୍ଯ୍ୟକ୍ରମକୁ ବୁକୁରାମୁଣ୍ଡା ସି.ଏଚ.ସି ସୁପରଭାଇଜର ରବିନ୍ଦ୍ର ମୋହନ ଦାଶ ତଦାରଖ କରିଥିଲେ l

ରିପୋର୍ଟ: ନିରୋଜ କୁମାର ପାଣି

LEAVE A REPLY

Please enter your comment!
Please enter your name here