ପଦ୍ମପୁର,୩୧।୧୦ (ଓଡିଶାମେଲ):ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ପାଇକମାଲ ବ୍ଲକର କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଏକ ୱାର୍ଡ ବିଶିଷ୍ଟ ହରଡାଟାଲ ଗ୍ରାମରେ ମୃତ୍ୟୁର ଆତଙ୍କ ସୃଷ୍ଟି ହୋଇଛି । ଜ୍ବର ଓ ଅଜଣା ରୋଗରେ ୧ ମାସ ଭିତରେ ଗ୍ରାମର ଲୋଚନ ଏଣ୍ତଜା ୭୦ ବର୍ଷ,ସୀମା ଏଣ୍ତଜା ୮ବର୍ଷ,ରାଜ କୁମାରୀ ତାଣ୍ତି ୫୦ବର୍ଷଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ କୋଡିଏରୁ ଅଧିକ ଲୋକ ଜୂରରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗାଁରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ କୌଣସି ସ୍ବତନ୍ତ୍ର ଡାକ୍ତରୀ ଦଳ ଆଜି ପର୍ଯ୍ୟନ୍ତ ହରଡାଟାଲ ଗାଁକୁ ଯାଇ ନ ଥିବା ବେଳେ କେବଳ ଜଣେ ଦୁଇ ଜଣ ଏ ଏନ୍ ଏମ୍ ଗାଁକୁ ଯାଇ ଲୋକଙ୍କୁ ଔଷଧ ପତ୍ର ଦେଉଥିବା କହିଛନ୍ତି ଗ୍ରାମବାସୀ । ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ରାଜ କୁମାରୀ ତାଣ୍ତିଙ୍କ ପୁଅ ଶ୍ରୀ ମିନ କେତନ ତାଣ୍ତି ଓ ପାନାଲାଲ ନାୟକ କରିଛନ୍ତି ଯେ, ତୁରନ୍ତ ସରକାର ଏହାର ନିରାକରଣ ନ କଲେ ଗ୍ରାମର ଆଉ ଅଧିକ ଜୀବନ ଯିବାର ସମ୍ଭାବନା ଦେଖା ଦେଇଛି । ହରଡାଟାଲ ଗ୍ରାମବାସୀ ମାନଙ୍କ ଠାରୁ ଏଭଳି ଅଭିଯୋଗ ପାଇବା ପରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଗ୍ରାମର ଏଭଳି ଅବସ୍ଥାକୁ ବରଗଡ଼ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଟେଲିଫୋନ ଯୋଗେ ସୂଚନା ଦେବା ସହ ତୁରନ୍ତ ଏକ ଡାକ୍ତରୀ ଦଳ ହରଡାଟାଲ ଗ୍ରାମକୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ଏବେ ମଧ୍ୟ ଗ୍ରାମର ସୁକାନ୍ତ ଲାଲ ବରିହା, ଯଶୋବନ୍ତ ପୋଡ,ଅବିନାଶ ମାଝୀ,ବବିତା ଅମରୀ,ମହେନ୍ଦ୍ର ନାୟକ,ଦିନେଶ କମରିଆ,ଜୟଲାଲ ଏଣ୍ତଜା, ଯମୁନା ନାଏକ,ପାନାଲାଲ ନାୟକ, ଲେକୃ ନାୟକ, ପ୍ରଶାନ୍ତ ନାୟକ, ପପୁନ୍ଦର ବାଗ,ଗୋବିନ୍ଦ ବାଗ,ଗୋପାଳ ବାଗ,ମେନେଜର ତାଣ୍ତି ପ୍ରମୁଖ ଗୁରୁତ୍ୱର ଅବସ୍ଥାରେ ଗାଁରେ ଅଛନ୍ତି ।

ରିପୋର୍ଟ: ନିରୋଜ କୁମାର ପାଣି

LEAVE A REPLY

Please enter your comment!
Please enter your name here