ବିଜେପୁର,୧୦।୧୧(ଓଡ଼ିଶାମେଲ)-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ଯବସ୍ତୁ ପରିଚାଳନାର ପ୍ରଥମ ପର୍ଯ୍ଯାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଡିଓ ତଥା ଏନଏସି ଇଓ ପଦ୍ମନାଭ ସାମନ୍ତ ରାୟ ଏହାକୁ ଉଦଘାଟନ କରି ପ୍ରଶିକ୍ଷଣର ଉଦ୍ଦେଶ୍ଯ ସାଧିତ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିରେ ସଫେଇ କର୍ମଚାରୀ, ସ୍ବଚ୍ଛ ସାଥୀ, ସୁପରଭାଇଜର ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ଗୋଷ୍ଠୀ ସଂଯୋଜିକା ଛନ୍ଦାମିତ୍ର ମିଶ୍ର, ଏମଆରଏସ ତଥା ସ୍ବଚ୍ଛ ଭାରତର ନୋଡାଲ ଅଫିସର ଦିବ୍ୟ କିଶୋର ପୁରୋହିତ, ସାନିଟାଇଜେସନ ଏକ୍ସପର୍ଟ ଅର୍ଜୁନ ସିଂ ପ୍ରମୁଖ ଶିବିରରେ ପ୍ରଶିକ୍ଷଣ ଦେଇଥିଲେ। ସ୍ବଛ ସର୍ବେକ୍ଷଣ-୨୦୨୧କୁ ଜାତୀୟ ସ୍ତରରେ ସଫଳ କରିବା ନିମିତ୍ତ ନାଗରିକମାନଙ୍କ ମଧ୍ଯରେ ସଚେତନତା ସ୍ରୁଷ୍ଟି କରିବାକୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। କୋଭିଡ ଗାଇଡଲାଇନ ପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ପରିଲକ୍ଷିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here