ପଦ୍ମପୁର,୨୫।୧୧(ଓଡିଶାମେଲ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଝିଟିକି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନ ଥିବାର ଅଭିଯୋଗ ହୋଇଛି । ଝିଟିକି ଏକ ଉପାନ୍ତ ଓ ଆଦିବାସୀ ଗ୍ରାମ ବହୁଳ ଜନ ବସତି ଅଟେ । ଏହି ଡାକ୍ତରଖାନାରେ ଆଖପାଖ ଅଞ୍ଚଳରେ ଲୋକେ ଚିକିତ୍ସା ଉପରେ ନିର୍ଭର କରନ୍ତି । ଏହି ଡାକ୍ତରଖାନାରେ ଜଣେ ଏମବିବିଏସ,ଜଣେ ଆୟୁଷ ଡାକ୍ତର,ଜଣେ ଫାର୍ମାସିଷ୍ଟ,ତିନି ଜଣ ଏଏନଏମ ଏବଂ ଜଣେ ଏଟେଣ୍ତଡେଣ୍ଟ ନିଯୁକ୍ତି ହୋଇଛନ୍ତି । ହେଲେ ଡାକ୍ତର କିମ୍ବା ଏଏନଏମ ନିୟମିତ ରହୁ ନାହାନ୍ତି । ନାହିଁ ନାହିଁରେ ଡାକ୍ତରଖାନା ଚାଲିଛି । ଗୋଟାଏ ଘଣ୍ଟା ଡ୍ଯୁଟି କରି ଡାକ୍ତର ଚାଲି ଯାଆନ୍ତି । ବାକି ସମୟରେ ଲୋକେ ବାହାରେ ନିର୍ଭର କରନ୍ତି । ଏଣୁ ଗ୍ରାମବାସୀ ଅତିଷ୍ଟ ହୋଇ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃ୍ପକ୍ଷଙ୍କ ମତାମତ ମିଳିିପାରିନାହିଁ ।

ରିପୋର୍ଟ: ନିରୋଜ କୁମାର ପାଣି

LEAVE A REPLY

Please enter your comment!
Please enter your name here