ଖପ୍ରାଖୋଲ, ୬।୭( ଓଡ଼ିଶାମେଲ): ସାରା ଦେଶରେ କରୋନା ମହାମାରୀ କଟକଣା ଯୋଗୁଁ ବନ୍ଦ ହୋଇଗଲା ଶହ ଶହ ବର୍ଷରୁ ହୋଇ ଆସୁଥିବା ଶ୍ରାବଣ ମାସ ସୋମବାର ତଥା ହରିଶଙ୍କର ମନ୍ଦିର ବୋଲବମ୍ ମହୋତ୍ସବ । ଏହି ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ଶେଷ ସୋମବାର ପର୍ଯ୍ୟନ୍ତ ଗୋଟିଏ ମାସ ଲକ୍ଷ ଲକ୍ଷ ବୋଲବମ୍ ଭିଡ ସମାଗମ ହେଉଥିଲା । କିନ୍ତୁ ଏ ବର୍ଷ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇ ପଡିଛି । କେବଳ ହରିଶଙ୍କର ମନ୍ଦିର ପୀଠ ରୀତିନୀତି କୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇଯାଉଛି । ଭିଡକୁ ଦୃଷ୍ଟିରେ ରଖି ତଥା ମନ୍ଦିର ବନ୍ଦ ଥିବାରୁ ବୋଲବମ୍ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । କୌଣସି ଭକ୍ତଙ୍କୁ ବୋଲବମ୍ ଯାତ୍ରାରେ ନ ଯିବାକୁ ସରକାର ତାଗିଦ୍ କରିଛନ୍ତି। ରାଜ୍ୟ ଯେଉଁଭଳି ଭାବେରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ତାହା ଏବେ ଚିନ୍ତାର କାରଣ ପାଲଟିଛି ।

ରିପୋର୍ଟ: ଚିତ୍ତରଞ୍ଜନ ଜ୍ୟୋତିଷ

LEAVE A REPLY

Please enter your comment!
Please enter your name here