ବରଗଡ଼,୬ ।୭(ଓଡ଼ିଶାମେଲ): ବରଗଡ଼ ଜିଲା ଆଜି ରେକର୍ଡ ସୃଷ୍ଟି କରିଛି । ଦିନକରେ ଏହି ଜିଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ କରୋନା ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର ବୋଲି ଜଣାପଡିଛି । ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସେମାନେ ସମସ୍ତେ ପୂର୍ବ କରୋନା ପଜିଟିଭଙ୍କ ସମ୍ପର୍କରେ ଆସିଥିବା ଜଣାପଡିଛି । ଏହାକୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୬କୁ ପହଞ୍ଚି ଥିବାବେଳେ ଏକା କଟାପାଲି ଗ୍ରାମରେ ୧୦୫ ଜଣ ପଜିଟିଭ୍ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here