ଗଜପତି, ୬ ।୭(ଓଡ଼ିଶାମେଲ):ଫାଇନାନ୍ସ କମ୍ପାନୀଙ୍କ ଜୁଲୁମ । ହାଣ୍ଡି ବିକ ପଇସା ଦିଅ, ଜମି ବିକ ପଇସା ଦିଅ, ଘର ବିକ ପଇସା ଦିଅ। ଋଣ ଆଦାୟ ପାଇଁ ଏପରି ଚାପ ପକାଉଛନ୍ତି ଫାଇନାନ୍ସ କମ୍ପାନୀ। କରୋନା ର ଦାଉରୁ ବଳି ପଡ଼ିଛି ଫାଇନାନ୍ସ କମ୍ପାନୀର ଜୁଲୁମ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିବାରେ ଲାଗିଛି ଅଭିଯୋଗ। ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ସୁଧ ଆଦାୟ ପାଇଁ ଚାପ ନ ପକାଇବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଫାଇନାନ୍ସ କମ୍ପାନୀ। ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳୁଛି ଗଜପତି ଜିଲା ରାୟଗଡ ସଦର ମହକୁମାରେ । କମ୍ପାନୀ ଠାରୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ମହିଳା ମଣ୍ଡଳ ର ଅନେକ ଗ୍ରୁପ କ୍ଷୁଦ୍ର ଶିଳ୍ପ ଆରମ୍ଭ କରି ଠିକ୍ ସମୟରେ ସୁଧ ମଧ୍ୟ ପରିଶୋଧ କରୁଥିଲେ । କିନ୍ତୁ ଅଭିଯୋଗ ପ୍ରକାରେ ଗତ ଚାରି ମାସ ହେଲା ସେମାନେ ଆର୍ଥିକ ସମସ୍ୟା ଦେଇ ଗତିକରୁ ଥିବା ହେତୁ ସୁଧ ଦେଇ ପାରୁ ନାହାନ୍ତି। ଏହିପରି ମୁହୂର୍ତ୍ତରେ ଦାଉ ସାଧୁଛନ୍ତି ଫାଇନାନ୍ସ କମ୍ପାନୀ। କମ୍ପାନୀର ଏଜେଣ୍ଟ ମାନେ ଋଣ ଟଙ୍କା ଆଦାୟ କରିବା ପାଇଁ ଘଣ୍ଟା ଘଣ୍ଟା ମହିଳାଙ୍କ ପିଣ୍ଡାରେ ବସି ରହୁଥିବା ଦେଖିବାକୁ ମିଳୁଛି। ଆଜି ଏକ ଫାଇନାନ୍ସ କମ୍ପାନୀର ଦୁଇ ଜଣ ରାୟଗଡରେ ଋଣ ନେଇଥିବା ଅନେକ ଲୋକଙ୍କ ଘରକୁ ଯାଇ ଏପରି କହିବା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମର ଲୋକେ ପ୍ରତିବାଦ କରିବାରୁ ସେମାନେ ଚାଲିଯାଇଥିଲେ। ତେବେ ଏହା ନୁଆ ଘଟଣା ନୁହେଁ ଏହା ପୂର୍ବରୁ ଅନ୍ୟ ଏକ ଫାଇନାନ୍ସ କମ୍ପାନୀ ର ଦୁଇ କର୍ମଚାରୀଙ୍କୁ ମହିଳା ମାନେ ଅଟକ ରଖିଥିଲେ ଓ ପରବର୍ତୀ ସମୟରେ ରାୟଗଡ ପୋଲିସ ପାଖରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଫାଇନାନ୍ସ କମ୍ପାନୀର କର୍ମକର୍ତ୍ତା ମାନେ ସରକାରଙ୍କ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ଗାଁ କୁ ଆସିବୁ ନାହିଁ ବୋଲି କହିଥିଲେ । ତେଣୁ ମହିଳା ମାନେ ଅଭିଯୋଗ ଫେରେଇ ନେଇଥିବା ଗ୍ରାମର ମହିଳା କୁହନ୍ତି। ତେବେ କର୍ମଚାରୀ ମାନଙ୍କ ବାରମ୍ବାର ଆସିବାକୁ ନେଇ ଅତିଷ୍ଠ ହୋଇଛନ୍ତି ଗ୍ରାମବାସୀ।
ରିପୋର୍ଟ: ଏନୋସ ସ୍ୱାଲସିଂ

LEAVE A REPLY

Please enter your comment!
Please enter your name here