ଲୋଇସିଂହା, ୫ ।୭(ଓଡ଼ିଶାମେଲ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଆଡେନଡୁଙ୍ଗରୀ ଗ୍ରାମର ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅନ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛି ଆଦିବାସୀ ସଂଘ । ଅଭିଯୋଗ ଅନୁସାରେ, ଗତ ଜୁନ ୨୯ ତାରିଖ ଅପରାହ୍ନରେ ଆଡେନଡୁଙ୍ଗରୀ ଗ୍ରାମର ରଞ୍ଜନ ମିର୍ଦ୍ଧା ଗ୍ରାମ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଗ୍ରାମର ୩ ଜଣ ଦୁର୍ବୃତ୍ତ ବେଲଚା ଓ ପଥରରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ରଞ୍ଜନଙ୍କ ମା’ବାପା ଘଟଣାସ୍ଥଳକୁ ଆସି ଛଡାଇବାକୁ ଉଦ୍ୟମ କଲାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଛାଡି ନ ଥିଲେ । ଦୁବୃତ୍ତର୍୍ଙ୍କଆକ୍ରମଣରେ ସାରା ପରିବାର ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ସ୍ଥ।।ନୀୟ ଲୋକେ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତର ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ରଞ୍ଜନଙ୍କ ପରିବାର ସୁସ୍ଥ ହୋଇ ଫେରିବା ପରେ ଗତ ଜୁଲାଇ ୧ତାରିଖରେ ଘଟଣା ସଂକ୍ରାନ୍ତରେ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ଭୋଇଙ୍କୁ ଗିରଫ କରିଛି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଦିବାସୀ ନେତା ବଳଦେବ ଭୋଇ, ଶ୍ୟାମସୁନ୍ଦର ଭୋଇ, ଭୁବନ ଧରୁଆ ପ୍ରମୁଖ ଲୋଇସିଂହା ଥାନାରେ ଦାବି କରିଛନ୍ତି । ଏ ସମ୍ପର୍କରେ ଆଇଆଇସି ଲଲିତା ଲାକ୍ରା କହନ୍ତ୍ି, ପୂର୍ବ ଶତ୍ରୁତାରୁ ଏହି କାଣ୍ଡ ଘଟିଛି । ଏହି ଘଟଣାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ।

LEAVE A REPLY

Please enter your comment!
Please enter your name here