ଭଟଲି,୮ା୧୨(ଓଡ଼ିଶାମେଲ)- କେନ୍ଦ୍ରର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶରେ କୃଷକ ମାନଙ୍କ ଆନ୍ଦୋଳନ ଦିନକୁଦିନ ତୀବ୍ରତର ହେବାକୁ ଲାଗିଛି । କୃଷକ ମାନେ ଆଜି ସମଗ୍ର ଭାରତ ବର୍ଷକୁ ବନ୍ଦ ଡାକରା ଦେଇଛନ୍ତି । କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରୁଥିବାରୁ ଭଟଲି କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି । ଏହି ଅଧାରରେ ଆଜି ଭଟଲିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ରାଜ୍ୟ ସରକାରଙ୍କ ଛୁଟି ଘୋଷଣା ଯୋଗୁ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । କଂଗ୍ରେସର ଭଟଲି ବିଧାୟକ ପ୍ରାର୍ଥୀ ସରୋଜ ମହାପାତ୍ରଙ୍କ ନେତୃତ୍ୱରେ ବ୍ଲକ୍ ସଭାପତି ଧୃବରାଜ ରାଉତ ଓ ଅନ୍ୟ କର୍ମୀମାନେ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ବିରୋଧ ପୂର୍ବକ ବିଭିନ୍ନ ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here