ଲୋଇସିଂହା, ୬ ।୭(ଓଡ଼ିଶାମେଲ): ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ସ୍ଥାନୀୟ ତାଲୁକ ଆଇନସେବା ସମିତି ପକ୍ଷରୁ ୭୧ ତମ ବନ ମହୋତ୍ସବ ସୋମବାର ପାଳିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜେଏମଏଫସି ମାନସ ରଞ୍ଜନ ପଧାନ ପୂଜାର୍ଚ୍ଚନା କରି ଚାରା ରୋପଣ ଶୁଭାରମ୍ଭ କରିଥିଲେ । ଉତ୍ସବରେ ସାହିତ୍ୟିକ ରାମଚନ୍ଦ୍ର ପଟେଲ, ପ୍ରଧାନ ଶିକ୍ଷୟିତ୍ରୀ ଜ୍ଞାନେନ୍ଦ୍ରୀ ମିଶ୍ର, ରେଞ୍ଜର ଦିଲୀପ ପଧାନ, ସାମ୍ବାଦିକ ସନ୍ଦୀପ କୁଅଁର,ଦିଲୀପ କୁମାର ବହିଦାରଙ୍କ ସମେତ ହାଇସ୍କୁଲ, ବନ ବିଭାଗ ଓ କୋର୍ଟ କର୍ମଚାରୀ ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କୋର୍ଟ କର୍ମଚାରୀ ବିବୁଲ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here