ପାରଳାଖେମୁଣ୍ଡି,୧୬ ।୧୨(ଓଡ଼ିଶାମେଲ): ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଆଜି ସନ୍ଧ୍ୟାରେ ଏକ ଅଘଟଣ ଘଟିଛି । ଷ୍ଟେଶନରେ ଛିଡା ହୋଇଥିବା ଟ୍ରେନ ବଗିରେ ଚଢି ସେଲ୍‍ଫି ନେଉଥିବା ବେଳେ ଜଣେ ଯୁବକ ଜଳିଯାଇଛନ୍ତି । ସେହିପରି ଉକ୍ତ ଅଗ୍ନିକାଣ୍ଡରେ ଉକ୍ତ ବଗି ମଧ୍ୟ ଜଳିଯାଇଛି । କରୋନା ଯୋଗୁ ବହୁଦିନରୁ ଉକ୍ତ ଷ୍ଟେଶନରେ ଟ୍ରେନ ଛିଡା ହୋଇ ରହିଛି । କେତେକ ଯୁବକ ଷ୍ଟେଶନରେ ସେଲ୍‍ଫି ନେଉଥିବା ବେଳେ ଜଣେ ଯୁବକ ଟ୍ରେନ ବଗି ଉପରକୁ ଚଢିଯାଇ ସେଲ୍‍ଫି ନେଉଥିଲେ । ଏହି ସମୟରେ ଯୁବକ ଜଣକ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସିଯିବାରୁ ଜଳିଯାଇଥିଲେ । ପରେ ଟ୍ରେନ୍‍ରେ ନିଆଁ ଲାଗିଯାଇଥିଲା ।

LEAVE A REPLY

Please enter your comment!
Please enter your name here