ଭୁବନେଶ୍ୱର,୮।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର। ନବୀନ ନିବାସକୁ ଆସିଥିବା ଏକ ଅଜଣା ଚିଠିରୁ ଏ ଘଟଣା ଜଣାପଡ଼ିଛି। ଏଭଳି ଚିଠି ପାଇବା ପରେ ଗୃହ ବିଭାଗ ସତର୍କ ହୋଇ ଉଠିଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କମିଶନେରେଟ ପୁଲିସକୁ ଏ ବାବଦରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କୁ ପଚାରିବାରୁ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ନେଇ ଆମ ପାଖରେ କିଛି ଖବର ନାହିଁ କି ଗୁଇନ୍ଦା ବିଭାଗ ଆମକୁ କିଛି ଜଣାଇ ନାହିଁ । ତେବେ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ଜଣେ ପାଗଳ ବ୍ୟକ୍ତି ଏହି ଚିଠି ଲେଖିଛି । ତା’ର ଚିଠିରେ କୌଣସି ସତ୍ୟତା ନାହିଁ ।

LEAVE A REPLY

Please enter your comment!
Please enter your name here