ବଲାଙ୍ଗିର,୧୬।୧(ଓଡିଶାମେଲ)- ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ମହଲେଇ ଗ୍ରାମ ପଞ୍ଚାୟତର କୁକୁରଖାଇ ଗାଁରେ ଜିଲ୍ଲାର ଅନେକ ବ୍ଲକର ଷୋହଳଟି ବଛା ବଛା ଗାଁର ଟିମକୁ ନେଇ କୁକୁରଖାଇ କନ୍ଧେନ ବୁଢୀ କ୍ରିକେଟ କମିଟି ତରଫରୁ ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି । ଆଜି ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ବଲାଙ୍ଗୀର ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଯୁବ ନେତା ସୁଶାନ୍ତ ପରୁଆ, ସୋସିଆଲ ମିଡିଆର ଅଶୋକ ସୁନା, ଆପ୍ ର ଚାଲୁ ପଟେଲ ଏବଂ ସୁଧିର ବାଗ ଯୋଗଦେଇଥିଲେ । ପ୍ରଥମ ମ୍ଯାଚ ନୂଆପାଲି ଏବଂ ବଗଡା ମଧ୍ୟରେ ଥିଲା । ଏଥିରେ ନୂଆପାଲି ଦଳ ପ୍ରଥମ ବେଟିଂ କରି ୫ ୱିକେଟ ବିନିମୟରେ ୧୦ ଓଭର ରେ ୬୨ ରନ କରିଥିଲେ ଏବଂ ବଗଡା ଦଳ ୬ ଓଭର୍ ରେ ୫ ୱିକେଟ ବିନିମୟରେ ୬୪ ରନ୍ କରି ନୂଆପାଲିକୁ ପରାସ୍ତ କରି କୁଆଟର ଫାଇନାଲରେ ପହଂଚି ଥିଲା । ଅନ୍ୟପଟେ କ୍ବାଟର ଫାଇନାଲରେ ପହଞ୍ଚିଥିବା ଲିଖିରିଆ ସହିତ ଦ୍ଵିତୀୟ ମ୍ଯାଚରେ ବଗଡା ୧୦ ଓଭର୍ ରେ ୪ ୱିକେଟ ହରାଇ ୬୮ ରନ୍ କରି ଥିଲା କିନ୍ତୁ ଲିଖିରିୟା ୪୯ ରନ୍ ରେ ଆଲ୍ ଆଉଟ ହୋଇ ମ୍ଯାଚରୁ ପରାସ୍ତ ହୋଇଥିଲା । ଆଜିର ଏହି ମ୍ୟାଚକୁ ଦୁଃଶାସନ ପରୁଆ,ସୁଶିଲ ମିର୍ଦ୍ଧା, ଉପିନ୍ ଗହୀର, ସାନନ୍ଦ କୁମ୍ଭାର, ଆଲୋକ ନନ୍ଦ, ସୁଦନ୍ଦ ନନ୍ଦ ଆଦି ସହଯୋଗ କରିଥିଲେ ।
ରିପୋର୍ଟ – ବିରେନ ନାଗ

LEAVE A REPLY

Please enter your comment!
Please enter your name here