ମୁମ୍ବାଇ- ଚଳିତ ବର୍ଷ ମାର୍ଚ୍ଚ ମାସରୁ ପୁରୁଣା ୧୦୦, ୧୦ ଏବଂ ୫ ଟଙ୍କିଆ ନୋଟ୍‌ ବଜାରରୁ ହଟାଇବା ପାଇଁ ଆର୍‌ବିଆଇ ଚିନ୍ତା କରୁଛି । ଏହାର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ବି ମହେଶ ସୂଚନା ଦେଇଛନ୍ତି । ପରୁଣା ୧୦୦ ଟଙ୍କିଆ ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍‌କୁ ନେଇ ସେ ଏହି ଜରୁରୀ ସଚୂନା ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ମାର୍ଟ୍ଟ ଏପ୍ରିଲେ ପରେ ସମସ୍ତ ପୁରୁଣା ନୋଟ୍‌କୁ ହଟାଯାଇ ପାରେ । ଏହାକୁ ବାହାରେ ଚଳିବା ପାଇଁ ଦିଆଯିବ ନାହିଁ । ଏବେ ଆର୍‌ବିଆଇ ପୁରୁଣା ନୋଟ ସିରିଜ୍‌ ପ୍ରତ୍ୟାହାର କରିବା ପାଇଁ କାର୍ଯ୍ୟ କରୁଛି । ଆର୍‌ବିଆଇ ଏହି ନୋଟ୍‌ ଗୁଡିକୁ ଫେରାଇ ନେବା ଯୋଜନା ଉପରେ କାର୍ଯ୍ୟ କରୁଛି । ମାର୍ଚ୍ଚ -ଏପ୍ରିଲ ମାସ ପରେ ଏହା ଆଉ ବଜାରରେ ଚଳିବ ନାହିଁ । ଏବେ ଏହାର ନୂଆ ନୋଟ ବଜାରରେ ଉପଲବ୍ଧ । ତେବେ ଦଶ ଟଙ୍କିଆ କଏନ୍ ଚଳିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୯ ମସିହାରେ ନୂଆ ୧୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଛି । ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରିବା ପରେ ଆର୍‌ବିଆଇ ହଠାତ୍‌ ଅନ୍ୟ ନୋଟ୍‌ ଗୁଡୁକୁ ବନ୍ଦ କରିବା ପାଇଁ ଚାହୁଁ ନଥିଲା । ଏହାପରେ କିଛି ବର୍ଷ ଅପେକ୍ଷା କରାଯାଇଥିଲା । ଏହାର ଚଳଣି ବଜାରରେ ହେବାପରେ ଏବେ ପୁରୁଣା ନୋଟ୍‌କୁ ପ୍ରତ୍ୟାହାର କରାଯିବା ପାଇଁ ଯୋଜନା କରାଯାଉଛି । ତେବେ ୧୦ ଟଙ୍କିଆ କଏନ୍‌ ପ୍ରଚଳନ ଜାରି ରହିବ । କେତେକ ଲୋକ ଏହା ଚଳବନି ବୋଲି ଗୁଜବ କରୁଛନ୍ତି । ୧୦ ଟଙ୍କିଆ କଏନ୍‌ ପ୍ରଚଳନ କରାଯିବ ବୋଲି କୁହାଯାଇଛି । ୨୦୧୯ ମସିହାରେ ଆର୍‌ବିଆଇ ୧୦ ଟଙ୍କିଆ ନୋଟ୍‌ ଜାରି କରିବା ସମୟରେ ପୂର୍ବ ନୋଟର ପ୍ରଚାଳିତ ରହିବ ବୋଲି କହିଥିଲା । ମାତ୍ର ଚଳିତ ମାର୍ଚ୍ଚ ଏପ୍ରିଲ ମାସରୁ ଏହାକୁ ବଜାରରୁ ପ୍ରତ୍ୟାହାର କରାଯିବ ବୋଲି ଏହାର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here