ନୂଆଦିଲ୍ଲୀ,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ନୀତି ଆୟୋଗର ଷଷ୍ଠ ଗର୍ଭର୍ଣ୍ଣିଂ କାଉନସିଲ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କରୋନା କାଳ ସମୟରେ ଦେଶରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି କହିଛନ୍ତି ଦେଶରେ ଏବେ ବିକାଶକୁ ଅପେକ୍ଷା କରିପାରିବୁନି, ମିଳିମିଶି କାମ କରିବା ଦ୍ବାରା ସଫଳତା ମିଳିବ। ଦେଶ ସ୍ବାଧୀନତାର ୭୫ ବର୍ଷ ଅବସରରେ ନିଜ ନିଜ ରାଜ୍ୟରେ ସମାଜର ସମସ୍ତ ଲୋକଙ୍କୁ ଯୋଡିକି ସମିତିର ନିର୍ମାଣ ହେବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ କରୋନା କାଳରେ ଦେଖିଛୁ ଯେ, କିଭଳି ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାମ କରିଛନ୍ତି, ଦେଶ ସଫଳ ହୋଇଛି। ବିଶ୍ବରେ ମଧ୍ୟ ଭାରତର ଏକ ଭଲ ଛବିର ନିର୍ମାଣ ହେବ। ଗରିବଙ୍କୁ ଜୀବନସ୍ତରରେ ପରିବର୍ତ୍ତନ ନଜର ଆସୁଛି। ଆମେ ମଧ୍ୟ ଏହା ଦେଖୁଛୁ ଯେ, କିଭଳି ଦେଶର ପ୍ରାଇଭେଟ୍ ସେକ୍ଟର, ଦେଶର ଏହି ବିକାଶ ଯାତ୍ରାରେ ଆହୁରି ଅଧିକ ଉତ୍ସାହର ସହିତ ଆଗକୁ ବଢୁଛି। ଆମକୁ ଏହି ଉତ୍ସାହକୁ ପ୍ରାଇଭେଟ୍ ସେକ୍ଟରର ଶକ୍ତିର ସମ୍ମାନ କରିବା ଓ ଏହାକୁ ଆତ୍ମନିର୍ଭର ଭାରତ ଅଭିଯାନରେ ସେତିକି ଅବସର ଦେବାକୁ ହେବ। 

LEAVE A REPLY

Please enter your comment!
Please enter your name here