ବଲାଙ୍ଗିର,୨୦।୨(ଓଡିଶାମେଲ): ଚୂଡାପାଲି ସେବା ସମବାୟ ସମିତିର ମନମୁଖି କାର୍ଯ୍ୟକଳାପକୁ ବିରୋଧ କରି ଆଜି ଚାଷୀମାନେ ଚୂଡାପାଲି ଦେଇ ଯାଇଥିବା ବଲାଙ୍ଗିର – ପାଟଣାଗଡ ମୁଖ୍ୟ ରାସ୍ତା ଉପରେ ଧାନବସ୍ତା ପକାଇ ରାସ୍ତା ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବର୍ଷା ଯୋଗୁଁ ଧାନ ଭିଜି ଗଜା ହେବାର ସମ୍ଭାବନା ଥିଲେ ହେଁ ପେକ୍ସ କର୍ତ୍ତୃପକ୍ଷ ତତ୍ପରତା ଦେଖାଉନାହାନ୍ତି । ଟାର୍ଗେଟ ଅଭାବ ଥିବା ଦର୍ଶାଇ ଚାଷୀଙ୍କ ଧାନ ମଣ୍ଡି ବାହାରେ ପଡି ରହୁଥିବାବଳେ ଅଦିନିଆ ବର୍ଷାରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ନଷ୍ଟ ହେବାର ସମ୍ଭାବନା ରହୁଛି । ଅପରପକ୍ଷେ କିନ୍ତୁ କୃଷ୍ଣ ମେହେର ଓ ରାମେଶ୍ବର ଭୂଜ ଭଳି ଚାଷି ମାନଙ୍କ ଟୋକଣ ଲେପସ୍ ହୋଇଗଲେ ସୁଦ୍ଧା ଧାନ ଉଠୁନାହିଁ। ତେଣୁକରି ଚାଷୀ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଘଟଣାର ସମାଧାନ ପାଇଁ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ମଳୟ ପଣ୍ଡା ଆସି ଚୂଡାପାଲି ସମ୍ପାଦକ ଓ ଉପଜିଲ୍ଲାପାଳଙ୍କ ସହିତ ଫୋନ ଯୋଗେ କଥା ହୋଇ ମଣ୍ଡିରେ ଥିବା ଧାନ ଓ ଟୋକନ ଅତିବାହିତ ଥିବା ଚାଷୀଙ୍କ ଧାନ କିଣିବା ପାଇଁ ପ୍ରତିଶୃତି ଦେଲାପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କୃଷ୍ଣ ମେହେର ରାମେଶ୍ଵର ଭୁଏ , ରାମରତନ ବେହେରା, ଭବାନି କୁମୁରା, ଜଗଦୀଶ ରାଉତ, ବ୍ୟାସଦେବ ଥନାପତି ଓ ଅଞ୍ଚଳର ଚାଷୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here