ବଲାଙ୍ଗିର,୨୦/୧(ଓଡିଶାମେଲ): ବଲାଙ୍ଗିର ଦେଓଗାଁ ବ୍ଲକ ଅନ୍ତର୍ଗତ ମହଲେଇ ଗ୍ରାମରେ ଶ୍ରୀ ସତ୍ୟ ସାଇ କ୍ରିକେଟ କ୍ଲବ ଆନୁକୁଲ୍ୟରେ ୧୪ ତମ ପାର୍ଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠତି ହୋଇଯାଇଛି । ଟୁର୍ନାମେଣ୍ଟ ର ଚତୁର୍ଥ ଦିନରେ ଆଜି ପ୍ରଥମ ମ୍ୟାଚ ସର୍ଗିପାଲି ବନାବ୍ ପାନଡେଲ ଦଳ ମଧ୍ୟ ରେ ଥିଲା ପାନଡେଲ ଦଳ ଓ ଦ୍ଵିତୀୟ ମ୍ୟାଚ ଟି ପୂଡାପାଲି ବନାବ୍ ବଡଙ୍ଗୋମୁଣ୍ଡା ଦଳ ମଧ୍ୟରେ ଥିଲା । ପ୍ରଥମ ମ୍ୟାଚ ରେ ପାନଡେଲ ଦଳ ବିଜୟ ହୋଇଥିବାବେଳେ ଦୃତୀୟ ମ୍ୟାଚ ରେ ଦଳ ବିଜୟ ଲାଭ କରିଥିଲେ। ସେହିପରି ତୃତୀୟ କ୍ୱାଟର ଫାଇନାଲ ମ୍ୟାଚଟି ପାନଡେଲ ବନାବ୍ ବଡଙ୍ଗୋମୁଣ୍ଡା ମଧ୍ୟରେ ଥିଲା ବଡଙ୍ଗୋମୁଣ୍ଡା ଦଳ ୧୦ ଓଭରରେ ୬ ୱିକେଟ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲେ କିନ୍ତୁ ପାନଡେଲ ଦଳ ୮ ଓଭର ରେ ୭୮ ରନ୍ ରେ ଅଲ ଆଉଟ ହୋଇ ମ୍ୟାଚ କୁ ହାତ ଛଡା କରିଥିଲେ । ଶେଷରେ ବଡଙ୍ଗୋମୁଣ୍ଡା ଦଳ ସେମିଫାଇନାଲ କୁ ପହଞ୍ଚି ଥିଲା । ଚତୁର୍ଥ ଦିବସରେ ଆଜି ମୁଖ୍ୟ ଅତିଥି ଭାବେ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ଓଡିଶା ପ୍ରବକ୍ତା ଶ୍ରୀ ଆଶିଷ ପାଣ୍ଡେ ଯୋଗଦେଇଥିଲେ । ତାଙ୍କ ସାଥିରେ ସୁବୋଧ କୁମାର ମେହେର୍ ,ବଳରାମ ଜାଲ , ରାଜେଶ ନାଗ ,ପଣ୍ଡା ରଣା, ଆଦି ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ବୁଲୁ ରଣା ,ବଶିଷ୍ଠ ଦିସରୀ ଖେଳକୁ ପରିଚାଳନା କରିଥିବାବେଳେ ରମାକାନ୍ତ ବେହେରା ବୈରାଗୀ, ମନୋଜ୍, ସୁଶାନ୍ତ,ପ୍ରଶାନ୍ତ, ବିମଳ, ଜଗା, ମୁକେଶ,ପୀତାମ୍ବର,ରାଜେଶ, ହଳଧର,ପିଙ୍କୁ,ରୋହିତ, ଆଦିତ୍ଯ, ଦୀପକ ଆଦି ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here