ବଲାଙ୍ଗିର,୨୪।୨ (ଓଡିଶାମେଲ): ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ଡିଷ୍ଟ୍ରିକ୍ଟ ଆଥଲେଟିକ କମିଟି ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଇଣ୍ଟ୍ରା ଡିଷ୍ଟ୍ରିକ୍ଟ୍ ଲିଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଦୀର୍ଘ ୫ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୫ ଟି କ୍ରିକେଟ ଦଳ ଭାଗ ନେଇଛନ୍ତି । ଆଜିର ଏହି ଉଦଘାଟନୀ ଉତ୍ସବରେ ଲୋଇସିଂହା ପୂର୍ବତନ ବିଧାୟକ ରମାକାନ୍ତ ସେଠ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚ ଆଜି ନବକିଶୋର କ୍ରିକେଟ କ୍ଳବ୍ ଓ ୟଙ୍ଗ ଷ୍ଟୁଡେଣ୍ଟ୍ କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଇଥିଲା । କାର୍ଯ୍ୟକ୍ରମ ରେ ଡିଷ୍ଟ୍ରିକ୍ଟ୍ ଆଥଲେଟିକ ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର , ଜେନେରାଲ ସେକ୍ରେଟାରୀ ହରିନରୟାଣ ପୂଜାରୀ , କ୍ରିକେଟ ସେକ୍ରେଟାରୀ ଓମ ପ୍ରକାଶ ମିଶ୍ର ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here