ପାଇକମାଳ, ୧।୩(ଓଡିଶାମେଲ): ପାଇକମାଳ ବ୍ଲକ ଭୂତମୁଣ୍ଡା ସ୍ପୋର୍ଟସ କ୍ଲବ ଓ ଗ୍ରାମ୍ୟ କମିଟି ପକ୍ଷରୁ ଚାଲିଥିବା ପ୍ରଥମ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ ରେ ଆୟୋଜକ ଭୂତମୁଣ୍ଡା ଦଳକୁ ହରାଇ ନୂଆପଡା ଚାମ୍ପିଅନ ହୋଇଛି।ଭୂତମୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୯୯ ରନ ସଂଗ୍ରହ କରିଥିଲେ।୧୦୦ ରନର ବିଜୟ ଲକ୍ଷ ନେଇ ନୂଆପଡା ୫ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଚାମ୍ପିଅନ ହୋଇଥିଲେ।ଦଳ ପକ୍ଷରୁ ରିତେଶ ପଟ୍ଟନାୟକ ସର୍ବାଧିକ ୩୫ ରନ ସଂଗ୍ରହ କରିଥିଲେ।ରାଜେଶ ସାହୁ ଓ ଶଶୀକାନ୍ତ ସାହୁ ଖେଳ ପରିଚାଳନା କରିଥିଲେ। କୈଳାଶ ମାଝୀ ତୁଲାରାମ ପଟେଲ ଓ ଟୁକୁ ମହାନ୍ତି ସ୍କୋରର ଥିବାବେଳେ ପ୍ରହଲ୍ଲାଦ ମାଝୀ ଓ ସନ୍ତୋଷ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ କମିଟି ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଗ୍ରାମ୍ୟ କମିଟି ସମ୍ପାଦକ ଲବ ପଟେଲ ଜଗଦୀଶ ଚନ୍ଦ୍ର ନାୟକ ସତାର ମାଝୀ ବାଲମୁକୁନ୍ଦ ପ୍ରଧାନ ପାଣି ପଞ୍ଚାୟତ ସଭାପତି ମଧୁସୂଦନ ସାହୁ ସୈମ୍ୟରଞ୍ଜନ ମାଝୀ ଗରିଶ ଚନ୍ଦ୍ର ମାଝୀ ଆୟୋଜକ ସଭାପତି ଚକ୍ରଧର ପ୍ରଧାନ ଓ ସମ୍ପାଦକ ଜୟକାନ୍ତ ମାଝୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଓ ରନର୍ସ ଅପ ଦଳ ଦଳକୁ ଟ୍ରଫି ସହ ୬ ହଜାର ଟଙ୍କା ଦେଇ ପୁରସ୍କୃତ କରିଥିଲେ।ନୂଆପଡା ଦଳର ରିତେଶ ପଟ୍ଟନାୟକଙ୍କୁ ମ୍ୟାନ ଅଫ ମ୍ୟାଚ ଓ ଭୂତମୁଣ୍ଡା ଦଳର ଜୟକାନ୍ତ ମାଝୀଙ୍କୁ ମ୍ୟାନ ଅପ ସିରିଜ ପ୍ରଦାନ କରିଥିଲେ। ସନ୍ତୋଷ ପଣ୍ଡା ସଭାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଜିତ ପ୍ରଧାନ, ବିନୋଦ ବିହାରୀ ପଟେଲ, ଭରତ ଧରୁଆ, ସରଜୁ ବାରିକ, ଦିଲିପ ବଢେଇ, ଯୋଗିନ୍ଦ୍ର ପୁଟା, ସୁମନ୍ତ ବିଶ୍ବାଳ, ସୁଶୀଲ ବିଶ୍ବାଳ, ଯଦୁମଣି ମାଝୀ, ଅମିୟ ପ୍ରଧାନ, ଆଶିଷ ପ୍ରଧାନ ପ୍ରମଖ ସହଯୋଗ କରିଥିବା ବେଳେ ଅଜିତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here