ସମ୍ବଲପୁର,୨।୩(ଓଡ଼ିଶାମେଲ): ସମ୍ବଲପୁର ଜିଲା ବୁର୍ଲା ସ୍ଥିତ ଭିସୁଟ୍‍ର କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି । କିଟ୍‍ ଖରାପ ଯୋଗୁ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି । ମହାପାତ୍ର କହିଛନ୍ତି, ପ୍ରଥମେ ଭିସୁଟ୍‍ ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ପରେ ଆରଟିପିସିଆର ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here