ନୂଆଦିଲ୍ଲୀ,୨।୩: ଭାରତ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ମହିଳା ଦଳ ଘୋଷଣା କରାଯାଇଛି । ସୁନେ ଲସ୍‌ଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଭାରତ ଗସ୍ତରେ ଆସି ଦକ୍ଷିଣ ଆଫ୍ରିକା ମହିଳା ଦଳ ୩ଟି ଟି-ଟ୍ୱେଣ୍ଟି ଓ ୫ଟି ଦିନିକିଆ ଖେଳିବ । ଲକ୍ଷ୍ନୌ ସ୍ଥିତ ଏକାନା ଷ୍ଟାଡିୟମ୍‌ରେ ସମସ୍ତ ମ୍ୟାଚ ଖେଳାଯିବ । ମାର୍ଚ୍ଚ ମାସ ୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ମାର୍ଚ୍ଚ ୯, ୧୨, ୧୪ ଓ ୧୭ରେ ପରବର୍ତ୍ତୀ ୪ଟି ଦିନିକିଆ ଖେଳାଯିବ । ସେହିପରି ମାର୍ଚ୍ଚ ୨୦, ୨୧ ଓ ୨୩ରେ ୩ଟି ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ । ଦଳ: ସୁନେ ଲସ(ଅଧିନାୟିକା),ଆୟାବୋନା ଖାକା, ସବନିମଇସମାଇଲ, ଲାଉରା ଉଲଭାର୍ଡ, ତ୍ରିଷାଚେଟ୍ଟୀ, ସିନୋଲା ଜାଫଟା, ତଜମିନବ୍ରିଟ୍ସ, ମାରିଜେନ କାପ, ନଣ୍ଡୁମିସୋ ସାଙ୍ଗସି, ଲାଜେଲି ଲି, ଆନେକି ବୋସ,ଫାୟେ ଟନିକ୍ଲିଫ, ନନକୁଲୁଲେକୋମାଲବା, ମିଗନନ ଡୁ ପ୍ରୀଜ, ନାଦିନ ଡିକ୍ଲର୍କ, ଲାରା ଗୁଡଲ, ଟୁମି ସେଖୁଖୁନେ ।

LEAVE A REPLY

Please enter your comment!
Please enter your name here