ବଲାଙ୍ଗିର,୫।୩(ଓଡିଶାମେଲ): ବଲାଙ୍ଗିର ଶାନ୍ତିପଡା ସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ୧୮୯ ବାଟାଲିୟନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଲାଙ୍ଗିର ଶାଖା ପାକ୍ଷରୁ ମିଳିତ ଭାବରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ଆରମ୍ଭ କରାଯାଇଛି । ସିଆରପିଏଫ୍ ୧୮୯ ବାଟାଲିୟନର କମାଣ୍ଡେଣ୍ଟ ଜୋଗେନ୍ଦ୍ର ସିଂ ମୋର୍ୟ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କର ଜେନେରାଲ ମେନେଜର ବିଜୟ କୁମାର କୁଜୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ କମ୍ପ୍ୟୁଟର ଶିକ୍ଷକେନ୍ଦ୍ର ର ଉଦଘାଟନ କରିଥିଲେ । ଆଜିର ଡିଜିଟାଲ ଯୁଗରେ କମ୍ପ୍ୟୁଟର ପ୍ରତି ଜ୍ଞାନ ରହିବା ନିହାତି ଆବଶ୍ୟକ କିନ୍ତୁ ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଅର୍ଥାଭାବରୁ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିପାରନ୍ତି ନାହିଁ। ତେବେ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ପ୍ରକାଶ । ପ୍ରଥମରୁ ସିଆରପିଏଫ୍ କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ କୋଭିଡ କଟକଣା ଯୋଗୁଁ ଏହା ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ସିଆରପିଏଫ ଯବାନ ମାନଙ୍କ ଏହି ମହତ କାର୍ଯ୍ୟରେ ଷ୍ଟେଟ ବ୍ୟାଙ୍କ ମଧ୍ୟ ସାମିଲ ହୋଇଛି । ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୪ ଟି କମ୍ପ୍ୟୁଟର , ୪ ଟି କମ୍ପ୍ୟୁଟର ଟେବୁଲ ଗୋଟିଏ ଏସି ଏବଂ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପାଇଁ ଗୋଟିଏ ମେଟ ଦିଆଯାଇଛି । ଏହି କେନ୍ଦ୍ରରେ ୩ ମାସ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦାନ କରାଯିବ ଓ ସାର୍ଟିଫିକେଟ ପ୍ରଦାନ କରାଯିବ । ତେବେ ସିଆରପିଏଫ ଯବାନ ମାନଙ୍କ ଏହି କାର୍ଯ୍ୟ ଯୋଗୁଁ ବଲାଙ୍ଗିର ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here