ଭୁବନେଶ୍ବର, ୧୯।୬ (ଓଡିଶାମେଲ): ଓଲିଉଡ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଶନିବାର ରାତି ୧୧ଟାରେ ୩୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତପୁ କରୋନାରୁ ସୁସ୍ଥ ହୋଇଥିଲେ । ସେ କରୋନା ପରବର୍ତ୍ତୀ ଫୁସଫୁସ ସଂକ୍ରମଣ ଜନିତ ଜଟିଳ ରୋଗରେ ପୀଡିତ ହୋଇ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ସୂଚନାଯୋଗ୍ୟ, ତପୁ ମିଶ୍ର ଗତ ଦୁଇ ଦଶନ୍ଧି ଧରି ଓଲିଉଡରେ ବହୁ ହିଟ୍ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ଅ।ଇ ଲଭ୍ ୟୁ, ଚକୋଲେଟ ସିନେମାରେ ସେ ପ୍ରଚ୍ଛଦପଟ ଗାୟିକା ଭାବେ ଗୀତ ଗାଇଛନ୍ତି । ତାଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୧ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ତପୁଙ୍କ ପରଲୋକରେ ସିନେ କଳାକାରଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ତପୁ ମିଶ୍ରଙ୍କ ପରଲୋକ ଓଡିଅ। ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସିନେଷ୍ଟାର ବୁଦ୍ଧାଦିତ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here