ଭୁବନେଶ୍ବର, ୨୭।୬ (ଓଡିଶାମେଲ): ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଦଳୀୟ ସଙ୍ଗଠନକୁ ମଜବୁତ ପାଇଁ ଉଦ୍ୟମ କରିଛି । ଏହି କ୍ରମରେ ରାଜ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଖଣ୍ଡପଡ଼ାର ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ, ସୁକିନ୍ଦାର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇଙ୍କୁ ପର୍ଯ୍ୟବେକ୍ଷକ, ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାନେତ୍ରୀ ଭାବେ ପଦ୍ମିନୀ ଶେଖର ଦେଓ, ଉପସଭାନେତ୍ରୀ ସୁନିତା ବିଶ୍ୱାଳ ଏବଂ ସମ୍ଵଲପୁର ଜୋନ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସନ୍ଧ୍ୟାରାଣୀ ଲାକ୍ରାଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି ସୁନ୍ଦରଗଡ଼ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ରଞ୍ଜନା ପଣ୍ଡା ଏବଂ ରାଉରକେଲା ସାଂଗଠନିକ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସୁଶ୍ରୀ ଏମା ଏକ୍କାଙ୍କୁ ନିଯୁକ୍ତ କରାଯାଇଥିବାରୁ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ନବନିଯୁକ୍ତ ଜିଲ୍ଲା ପଦାଧିକାରୀଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ଜ୍ଞାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରାଯାଇଛି । ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏସଡ଼ିସି ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଵିନୟ ଟପ୍ପୋ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଯୋଗେଶ ସିଂ, ରାଜ୍ୟ ପରିଷଦ ସଦସ୍ୟ ହରଜେନ୍ଦ୍ର ସିଂ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଅଜୟ ଅମାତ, ଟାଉନ ବିଜେଡି ସଭାପତି ସୁରେନ୍ଦ୍ର ଭିତିରିଆ, ପୂର୍ବତନ ରାଜ୍ୟ ବିଜେଡି ସମ୍ପାଦକ ବେନେଡିକ ତିର୍କୀ, ମୁକେଶ ପୁରୋହିତ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶିବାଜୀ ନାଏକ, ଆଇଟି କୋର୍ଡିନେଟର ରୋଶନ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here