ଭୁବନେଶ୍ବର, ୭।୭ (ଓଡିଶାମେଲ): କେନ୍ଦ୍ରର ନରେନ୍ଦ୍ର ମୋଦି ଦ୍ବିତୀୟ ପାଳି ସରକାରଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବ୍ୟାପକ ଅଦଳବଦଳ ବୁଧବାର କରାଯାଇଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଓଡିଶାକୁ ଦୁଇଟି ମନ୍ତ୍ରୀପଦ ମିଳିଥିଲେ ମଧ୍ୟ ବାଲେଶ୍ବର ଏମପି ପ୍ରତାପ ଷଡଙ୍ଗୀଙ୍କୁ ବିଦା କରାଯାଇଛି । ପ୍ରତାପ ବାଲେଶ୍ବରରୁ ଏମପି ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ସଂସଦରେ ନିଜର ବାକ୍ ଚାତୁରୀରେ ସେ ମୋଦିଙ୍କ ପ୍ରିୟଭାଜନ ହୋଇପାରିଥିଲେ । କିନ୍ତୁ ତାଙ୍କୁ ମିଳିଥିବା ଏମଏସଏମଇ ଏବଂ ମତ୍ସ୍ୟସମ୍ପଦ ବିଭାଗରେ ପ୍ରତାପ ନନା ସେତେଟା ଅ।ଖିଦୃଶିଅ। କାମ କରିପାରିନାହାନ୍ତି । ଫଳରେ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଛି । ଅନ୍ୟପକ୍ଷେ ପ୍ରତାପଙ୍କ ମନ୍ତ୍ରୀପଦ ଯିବା ପରେ ବାଲେଶ୍ବର ସମେତ ଓଡିଶାର ଜନସାଧାରଣ ସାମାଜିକ ଗଣମାଧ୍ୟମରେ ନାନାପ୍ରକାର ମନ୍ତବ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here