ଭଟଲି,୮।୭(ଓଡ଼ିଶାମେଲ)-ଆଜି ଭଟଲି ବିଧାନସଭାର ଭଟଲି ବ୍ଲକ ଠାରେ ଭଟଲି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଆହ୍ଵାନ କ୍ରମେ ଭଟଲି ବିଜେପିର ମଣ୍ଡଳ ସଭାପତି ଅଚ୍ୟୁତ ବୁଧିଆଙ୍କ ଅଧ୍ୟକ୍ଷତାରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ଡାକରା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବୀନ ସରକାର କରିଥିବା ୧୦୦୦ କୋଟି ଉର୍ଦ୍ଧ ଟଙ୍କା ମହାଦୁର୍ନୀତିର ମହାଖୁଲାସା ହେବା ପରେ ଆଜି ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇ ମହାମହିମ ରାଜ୍ୟପାଳଙ୍କୁ ବ୍ଲକ ବିଡ଼ିଓଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଗଲା । ବିଗତ ଦିନ ମାନଙ୍କରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟନ୍ବୟରେ ବ୍ୟାପକ ଭ୍ରଷ୍ଟାଚାର ଓ ଅନିୟମିତତାର ବହୁ ଉଦାହରଣ ଭଟଲି ବ୍ଲକ ରେ ଅଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅଭିଯୋଗ ଉପସ୍ଥାପନ କରାଯାଇଥିଲା । ଭ୍ରଷ୍ଟାଚାରରେ ଲୁପ୍ତଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ସରକାର ତୁରନ୍ତ ଘର ଯୋଗାଇ ଦିଆଯାଉବୋଲି ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ସୁଶାନ୍ତ ମିଶ୍ର , ଉଦେପାଳି ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାପାତ୍ର, ସାଧାରଣ ସଂପାଦକ ଫାରୁକ ଖାଁ, ସାଂସଦ ପ୍ରତିନିଧି ପ୍ରତାପ ପ୍ରଧାନ, ବାଳକୁଷ୍ଣ ଭୋଇ, ପଦ୍ମଲୋଚନ ସାହୁ, ଅକ୍ଷୟ ନାଏକ, ଭବାନୀ ସାହୁ, ମାଧବ ଚରଣ ପଧାନ ଓ କାର୍ଯ୍ୟକର୍ତ୍ତା ମାନଙ୍କ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆଶାୟୀ ଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ବହୁ ମାତ୍ରାରେ ଯୋଗଦାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here