ଭୁବନେଶ୍ୱର,୯।୭(ଓଡ଼ିଶାମେଲ)- ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏହି ଆଧାରରେ ଏସ୍ ଦେବଦତ୍ତ ସିଂଙ୍କୁ କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ଆଇଜିପି ହେଡକ୍ବାଟର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୨୦୦୮ ବ୍ଯାଚର ଆଇପିଏସ୍ ଅଫିସର ତଥା ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର ଭିଜିଲାନ୍ସ ଅର୍ଗାନାଇଜେସନ୍, ୨୦୦୯ ବ୍ଯାଚ ଆଇପିଏସ୍ ଅଫିସର ତଥା କମାଣ୍ଡାଣ୍ଟ ଏସୋଜିଙ୍କୁ ଜଗତସିଂହପୁର ଏସ୍ ପି ଭାବେ ବଦଳି କରାଯାଇଛି । ୨୦୧୩ ବ୍ଯାଚ ଆଇପିଏସ୍ ପି ଏସ୍ ପରଷୋତ୍ତମଦାସଙ୍କୁ ମୟୁରଭଞ୍ଜରୁ ନବରଙ୍ଗପୁର, ୨୦୧୫ ବ୍ଯାଚର ଆଇପିଏସ୍ ରାହୁଲ ଜୈନଙ୍କୁ ନୂଆଁପଡ଼ାରୁ ବରଗଡ଼, ୨୦୧୫ ବ୍ଯାଚ ଆଇପିଏସ୍ ପ୍ରତ୍ଯୁଷ ଦିଓ୍ବାକର ଏଆଇଜିପି ମୁଖ୍ଯାଳୟରୁ ନୂଆଁପଡ଼ା ଏସ୍ ପି, ୨୦୧୬ ବ୍ଯାଚ ଆଇପିଏସ୍ କେ ଆର ବ୍ଯାନଦେଓ ମାଲକାନଗିରିରୁ ମୟୁରଭଞ୍ଜ ଏବଂ ୨୦୧୭ ବ୍ଯାଚର ଆଇପିଏସ୍ ଅଫିସର ପି ଏସ୍ ମୀନାଙ୍କୁ ନବରଙ୍ଗପୁରରୁ ବଦଳି କରାଯାଇ ମାଲକାନଗିରି ଏସ୍ ପି ଭାବେ ଅବସ୍ଥାପିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here