ଭଟଲି,୯।୭(ଓଡ଼ିଶାମେଲ)- ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଦଧିବାମନ ଧାମରେ ଶୁକ୍ରବାର ନେତ୍ରୋତ୍ସବ ପାଳିତ ହୋଇଯାଇଛି । କରୋନାର ଭୟାବହତା କାରଣରୁ ଚଳିତ ବର୍ଷ ମଧ୍ଯ ରଥାଯାତ୍ରା ପାଳନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ତଥାପି ମନ୍ଦିର ଭିତରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପାଦିତ ହେଉଛି । ତେବେ ଦେବସ୍ନାନ ପୂର୍ଣିମା ଠାରୁ ୧୫ ଦିନ ଧରି ଶ୍ରୀଶ୍ରୀ ଦଧିବାମନ ଜ୍ବରରେ ପୀଡ଼ିତ ହୋଇ ଅଣବସରରେ ଥିବାବେଳେ ଆଜି ସୁସ୍ଥ ହୋଇ ଫେରିଥିଲେ । ପରେ ସେବାୟତ ମାନଙ୍କ ଦ୍ବାରା ପୂଜାପାଠ ପରେ ଶ୍ରୀମନ୍ଦିର ଚୂଡ଼ାରେ ନେତ ବନ୍ଧା ଯାଇଥିଲା‌। ପରେ ତାଙ୍କୁ ନବଯୌବନ ବେଶ କରାଯାଇଥିଲା । କରୋନା କଟକଣା ଲାଗିଥିବାରୁ କରୋନା ନିୟମ ଆଧାରରେ ଭକ୍ତ‌ମାନେ ଦୂରରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here