ସୁନ୍ଦରଗଡ, ୧୦।୭ (ଓଡିଶାମେଲ): ଓଡିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀର ସବଡେଗା ବ୍ଲକ ଅନ୍ତର୍ଗତ ରାଜପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ରାଜ୍ୟ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ସୁନ୍ଦରଗଡ ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜକ ବୈକୁଣ୍ଠ ନାଏକଙ୍କ ସଂଯୋଜନାରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେଡି ସଭାପତି ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ବରିଷ୍ଠ ଯୁବନେତା ସୁଦାମ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବଡେଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ ବାରୁଆ, ସୁନ୍ଦରଗଡ଼ ବିଜୁ ଯୁବ ଜନତା ଦଳ ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ, ମୁକେଶ ପୁରୋହିତ, ରାଜପୁର ସମିତିସଭ୍ୟା ଜଳନୀ କେର୍କେଟା, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶିବାଜୀ ନାଏକ, ବିସ୍ମୟ ପଟ୍ଟନାୟକ, ସୁବ୍ରତ ନାଏକ, ତାପସ ପଣ୍ଡା, ଧୀରଜ ପ୍ରସାଦ, ରାଜକୁମାର ବାର୍ଲା, ଅଜୟ ସାହୁ, ଲୋଚନ ରୋହିଦାଶ୍, ଭାଲେଣ୍ଟାଇନ କେର୍କେଟା, ମାନସ ରଞ୍ଜନ କିଷାନ, ସରିତା କିଷାନ, ଉଭାଶ୍ରୀ କିଷାନ, ଡିଜିଟାଲ ସେକ୍ରେଟାରୀ ରୋଶନ ସାହୁ, ଅକ୍ଷୟ ନାଏକ, ବିଜୟ ମିଞ୍ଜ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here