କଲମ୍ବୋ,୧୬ା୭(ଓଡିଶାମେଲ)- ଭାରତ ବିପକ୍ଷ ଦିନିକିଆ ଓ ଟି୨୦ କ୍ରିକେଟ ପ୍ରତିଯୋଗିତା ପାଇଁ ଆଜି ଶ୍ରୀଲଙ୍କା ଦଳ ଘୋଷିତ ହୋଇଯାଇଛି । ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ୨୪ ଜଣିଆ ଦଳର ସଦସ୍ୟଙ୍କ ନାମ ଘୋଷଣା ହୋଇସାରିଥିବାବେଳେ ଏହି ସିରିଜ୍ ପାଇଁ ଶ୍ରୀଳଙ୍କା ଦଳ ନୂଆଁ ଅଧିନାୟକଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ସେଥିପାଇଁ ଦଳର ଯୁବ ଖେଳାଳି ମାନଙ୍କ ମନରେ ନୁତନ ଉତ୍ସାହ ଜାଗ୍ରତ ହୋଇଛି । ଦଳରେ ନିୟମିତ ଭାବେ ଅଧିନାୟକତ୍ୱ କରି ଆସିଥିବା କୁସାଲ ପେରେରା ଆହତ ହୋଇଥିବାଯୋଗୁ ତାଙ୍କ ସ୍ଥାନରେ ଦଳର ଦାସୁନ ଶାନାକାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ କେତେଦୂର ସେହି ଦାୟିତ୍ୱକୁ ସମ୍ଭାଲୁଛନ୍ତି ତାହା ଆଗକୁ ସେହି ପ୍ରତିଯୋଗିତାରେ ଦଳର ପ୍ରଦର୍ଶନ କହି ପାରିବ ବୋଲି କ୍ରୀଡ଼ାବିତ ମାନେ ମତ ଦେଉଛନ୍ତି । ୨୪ ଜଣିଆ ଦଳରେ ସାମିଲ ସଦସ୍ୟ ମାନେ ହେଲେ ଦାସୁନ ଶାନାକା(ଅଧିନାୟକ), ଧନଞ୍ଜୟ ଡିସିଲ୍‌ଭା (ଉପ ଅଧିନାୟକ), ଅଭିଷେକା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକ୍‌ସେ,ପଥୁମ୍ ନିସାଙ୍କ, ଚାରିତ୍ ଆସାଲାଙ୍କା, ୱାନିନ୍ଦୁ ହସାରଙ୍ଗା, ଆସେନ୍ ବଣ୍ଡାରା, ମିନୋଡ୍ ଭାନୁକା, ଲାହିରୁ ଉଦାରା, ରମେଶ ମେଣ୍ଡିସ୍‌, ଚମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଣ୍ଡୋ, ଦୁଷ୍ମନ୍ତ ଚମିରା, ଲକ୍ଷଣ ସଣ୍ଡକନ୍‌, ଅକିଲା ଧନଞ୍ଜୟ, ସିରନ୍ ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଲକ୍ଷନ୍‌, ଇଶାନ୍ ଜୟରତ୍ନେ, ପ୍ରବୀଣ ଜୟାୱିକେର୍ମା, ଅସିଥା ଫର୍ଣ୍ଣାଣ୍ଡୋ, କସୁନ୍ ରଜିଥା, ଲାହିରୁ କୁମାରା ଏବଂ ଇସୁରୁ ଉଦାନା ।

LEAVE A REPLY

Please enter your comment!
Please enter your name here