ଭୁବନେଶ୍ବର, ୧୭।୭(ଓଡିଶାମେଲ): ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପଡିଲା । ଏଥର ହେବନାହିଁ ପଞ୍ଚାୟତ ପୁନର୍ଗଠନ । ଯେତିକି ପଞ୍ଚାୟତ ରହିଛି ସେତିକିରେ ନିର୍ବାଚନ ହେବ । ୱାର୍ଡ ସଂଖ୍ୟା ମଧ୍ୟ ବଢିବନି । ସ୍ବାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ । ଏ ନେଇ ନିର୍ବାଚନ କମିଶନଙ୍କୁ ଜଣାଇଲେ ରାଜ୍ୟ ସରକାର । ଫଳରେ ସଠିକ୍ ସମୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ, ଗତ ୨୦୧୭ରେ ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା ଏବଂ ପଞ୍ଚାୟତ ସଂଖ୍ୟା ୬୮୦୧କୁ ବୃଦ୍ଧି ପାଇଥିଲା । ତେଣୁ ଚଳିତଥର ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here