ସୁନ୍ଦରଗଡ, ୧୮।୭ (ଓଡ଼ିଶାମେଲ): ନୂଆଦିଲ୍ଲୀ ସ୍ଥିତ ଭାରତ ଗୌରବ ଶ୍ରୀସମ୍ମାନ ପରିଷଦ ପକ୍ଷରୁ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଶ୍ରେଷ୍ଠ ମହିଳା ବିଧାୟିକା ଭାବେ ମନୋନୀତ ହୋଇଛନ୍ତି । ଏ ନେଇ ପରିଷଦ ପକ୍ଷରୁ ବିଧାୟିକା ଟେଟେଙ୍କ ନାମ ଆନୁଷ୍ଠାନିକ ଘୋଷଣା କରାଯାଇଛି । ଏ ସମ୍ପର୍କରେ ପରିଷଦର ନିର୍ଦ୍ଦେଶକ ଡଃ ତପନ କୁମାର ରାଉତରାୟ ଓ ସମ୍ପାଦକ ଡଃ ମାୟାଧର ବେହେରାଙ୍କ ପକ୍ଷରୁ ବିଧାୟିକାଙ୍କୁ ଏକ ପତ୍ର ମାଧ୍ୟମରେ ସୂଚିତ କରି ବିଧାୟିକାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯାଇଛି । ଯୁବ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର କାର୍ଯ୍ୟଶୈଳୀ ସମଗ୍ର ଓଡିଶା ରାଜ୍ୟରେ ବେଶ୍‍ ପ୍ରଶଂସନୀୟ ବୋଲି ଉଲ୍ଲେଖ କରାଯାଇଛି । ଆସନ୍ତା ଅକ୍ଟୋବର ମାସରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଜାତୀୟ ଶ୍ରେଷ୍ଠ ମହିଳା ବିଧାୟିକା ଭାବେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ପରିଷଦ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here