ନୂଆଦିଲ୍ଲୀ,୧୮।୭(ଓଡ଼ିଶାମେଲ): ନବଜୋତ ସିଂ ସିଦ୍ଧୁ ହେଲେ ପଞ୍ଜାବ କଂଗ୍ରେସର ମୁଖିଆ । ତାଙ୍କୁ ଏହି ପଦରେ ନିଯୁକ୍ତ ଦିଆଯାଇଥିବା ଏଆଇସିସି ପକ୍ଷରୁ ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି । ଫଳରେ ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା କନ୍ଦଳ ଏକରକମ ପ୍ରଶମିତ ହୋଇଛି । ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କ ଉଦ୍ୟମ କ୍ରମେ ଉଭୟ ନେତାଙ୍କ ମଧ୍ୟରେ ସହମତି ଆସିଛି । ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହୋଇଥିବା ବେଳେ ୪ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । କାର୍ଯ୍ୟକାରୀ ଅଧ୍ୟକ୍ଷମାନେ ହେଲେ ପବନ ଗୋଏଲ, ସୁଖବିନ୍ଦର ସିଂ, କୁଲଜିତ ନାଗରା ଏବଂ ସଙ୍ଗତ ସିଂ । ଏମାନେ ପଞ୍ଜାବ କଂଗ୍ରେସ ସଙ୍ଗଠନ ପାଇଁ ସିଦ୍ଧୁଙ୍କୁ ସହଯୋଗ କରିବେ ବୋଲି ଏଆଇସିସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here