ଟାଙ୍ଗୀ,୨୦।୭(ଓଡିଶାମେଲ): ହାଟ ଚାଲିଥିବା ବେଳେ ମଙ୍ଗଳବାର ପୋଲିସ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏହି ଘଟଣାକୁ ଭିଜୁଅ।ଲ କରିବା ବେଳେ ଜଣେ ସାମ୍ବାଦିକଙ୍କୁ ଠେଲାପେଲା ସହ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଟାଙ୍ଗୀ ହାଟରେ ।
କରୋନା ଯୋଗୁ ସରକାର ଜନଗହଳିପୂର୍ଣ୍ଣ ହାଟ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କ୍ରମରେ କୋଟସାହି ପଞ୍ଚାୟତର କୋଟେଶ୍ବର ମନ୍ଦିର ସମ୍ମୁଖରେ ବସୁଥିବା ପରିବା ହାଟକୁ ବନ୍ଦ କରାଯାଇଥିଲା । କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ଟାଙ୍ଗୀ ଅଞ୍ଚଳର କିଛି ମୁଷ୍ଟିମେୟ ଲୋକ ମଙ୍ଗଳବାର କୋଟେଶ୍ବର ମନ୍ଦିର ସମ୍ମୁଖରେ ବସୁଥିବା ହାଟକୁ ଜୋରଜବରଦସ୍ତ ହାଟ ଚଉରା ମନ୍ଦିର ସମ୍ମୁଖରେ ବସାଇଥିଲେ । ଏଠାରେ ଜାଗା ସଂକୀର୍ଣ୍ଣ ଥିବାରୁ ପରିବା ହାଟରେ ଜନଗହଳି ହୋଇଥିଲା । ଖବର ପାଇ ପୋଲିସ ସେଠାକୁ ପହଞ୍ଚି ତାଗିଦ କରିଥିଲା । ଫଳରେ ବ୍ୟବସାୟୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ଘଟଣାର ଭିଡିଓ କରୁଥିବାବେଳେ ତାଙ୍କୁ କିଛି ମୁଷ୍ଟିମେୟ ଲୋକ ଓ ବ୍ୟବସାୟୀ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ହାଟ ବନ୍ଦ ପାଇଁ ନିର୍ଦ୍ଦେଶ ଥିବାବେଳେ ପ୍ରଶାସନିକ ଉଦାସୀନତାରୁ କିଛି ମୁଷ୍ଟିମେୟ ଲୋକ ଏହାର ସୁଯୋଗ ନେଇ ଟାଙ୍ଗୀରେ ହାଟ ବସାଉଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here