ସୁନ୍ଦରଗଡ,୨୦ ।୭(ଓଡ଼ିଶାମେଲ): ସୁନ୍ଦରଗଡ ରାଜବାଟୀସ୍ଥିତ ଗଡଜାତ ଅମଳରୁ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ବାହୁଡା ଯାତ୍ରା ନୀତି ସମ୍ପନ୍ନ ହୋଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ପହଣ୍ଡି ବିଜେ କରି ମନ୍ଦିର ପ୍ରାଙ୍ଗଣ ମଣ୍ଡପରେ ଆସୀନ କରାଯାଇଥିଲା । ସୁନ୍ଦରଗଡର ରାଜା ସମରେନ୍ଦ୍ର ଶେଖର ଦେଓ ଜୀଉମାନଙ୍କର ଠାରେ ଛେରାପହଁରା ନୀତି ସମ୍ପନ୍ନ କରି ପୂଜାର୍ଚ୍ଚନା ଓ ଆଳତି ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ । ମନ୍ଦିର ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ ପୁରୋହିତ, ବ୍ରାହ୍ମଣ ସମାଜର ସାଧାରଣ ସଂପାଦକ ବେଣୁମାଧବ ତ୍ରିପାଠୀ, ଅବନୀ ପୁରୋହିତ, ମନ୍ଦିର ପୂଜକ ଆଲୋକ ପୂଜାରୀ, ବିଶ୍ୱଜିତ ପୂଜାରୀ, ରାଜ ପୁରୋହିତ, ମାନସ ପୁରୋହିତ, ବାଦଶାହା ହୋତାଙ୍କ ସମେତ ମନ୍ଦିରର ସେବକ ତଥା ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଜୀଉମାନଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିରରେ ପ୍ରବେଶ କରାଯିବା ପରେ

LEAVE A REPLY

Please enter your comment!
Please enter your name here