ସୁନ୍ଦରଗଡ,୨୦।୭(ଓଡ଼ିଶାମେଲ): ସୁନ୍ଦରଗଡ ଟାଉନ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ପରିବହନ ବିଭାଗ ଗାଡିଚାଳନା ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ଉପଜିଲାପାଳ ତଥା କ୍ଲବର ସଦସ୍ୟ ଅଭିମନ୍ୟୁ ବେହେରା ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲବର ସଭାପତି ଶୁଭ୍ରେନ୍ଦୁ ମହାପାତ୍ର ଓ ସଂପାଦକ ଶୋଭନ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର ପ୍ରାୟ ୩୦ଜଣ ସଦସ୍ୟ ଯୋଗଦେଇ ବିଭିନ୍ନ କିସମର ଚାରା ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here