ସୁନ୍ଦରଗଡ,୨୧।୭ (ଓଡିଶାମେଲ): ଓଡିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ଜିଲ୍ଲା ସଂଯୋଜକ ତଥା ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକଙ୍କ ସଂଯୋଜନାରେ ତଳସରା ନିର୍ବାଚନ ମଣ୍ଡଳୀର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କିଞ୍ଜିରକେଲା ଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡ଼ି ସଭାପତି ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଵିନୟ ଟପ୍ପୋଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି କେଶବ ରଣା, କୁଞ୍ଜଳତା ଭିତିରିଆ, ବ୍ରିଜକିଶୋର ସାହୁ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ଶିବାଜୀ ନାଏକ, ବ୍ଲକ ଯୁବ ବିଜେଡି ସଭାପତି ରଞ୍ଜନ ସିଂ, ଅମିତ ସାହୁ, ରଜତ ଭୈସାଲ, ରାଜକିଶୋର ସାହୁ, ଜଗଦୀଶ କର, ରବି ଜୟସ୍ୱାଲ, ସରୋଜ ଦାନୀ, ଅଜୟ ସାହୁ, ସଞ୍ଜୟ ସାହୁ, ବାଦଲ ସା, ସୀତାରାମ ମିଶ୍ର, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସହଦେଵ ପ୍ରଧାନ, ରଞ୍ଜିତ ତୋପବନ୍ତ ନାଏକ, କେଦାର ମାଝୀ, ମାନସ ନାଏକ, ପ୍ରକାଶ ତନ୍ତୀ, ସଞ୍ଜୟ ନାଏକ,ବଳଦେବ ନାଏକ ପ୍ରମୁଖ ଅଂଶଗ୍ରହଣ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।କାର୍ଯ୍ୟକ୍ରମ ଶେଷରେ ତିଳଡେଗା ବିଜେପି ମଣ୍ଡଳର ପୂର୍ବତନ ସଭାପତି ରଞ୍ଜିତ ନାଏକ, ବିଜେପି ନାରୀ ନେତ୍ରୀ ମିତା ପଟେଲ, ନାରିନେତ୍ରୀ ରାଧାରାଣୀ ନାଏକ,ଗୀତା ପଟେଲ, ଏମାରେନ ଏକ୍କା ପ୍ରମୁଖ ବିଜେଡି ଦଳରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ତଲସରା ବିଜେଡି ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here